ରାକ୍ଷୀପୂର୍ଣ୍ଣିମା ଅବସରରେ ସୁଭଦ୍ରାର ପଞ୍ଚମ କିସ୍ତି ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି | ନୟାଗଡ଼ର ଲାଠିପଡ଼ାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ହିତାଧିକାରୀଙ୍କୁ ୫ମ କିସ୍ତି ପ୍ରେରଣ କରିଛନ୍ତି | ରାଜ୍ୟର ୧.୦୩ କୋଟି ହିତାଧିକାରୀଙ୍କ ଆକାଉଣ୍ଟକୁ ୫୧୬୦ କୋଟି ଟଙ୍କା ପ୍ରେରଣ କରାଯାଇଥିବାବେଳେ ଏଥର ୨ ଲକ୍ଷ ୨୧ ହଜାର ଜଣ ନୂଆ ହିତାଧିକାରୀ ସାମିଲ ହୋଇଛନ୍ତି |
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୁରୀ ସାଂସଦ ଡ଼.ସମ୍ବିତ ପାତ୍ର, କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ |

