ଚୀନର ଦକ୍ଷିଣ ପଶ୍ଚିମ ସିଚୁଆନ୍ ପ୍ରାନ୍ତରେ ଭୂମିକମ୍ପର ଝଟକା

ଚୀନର ଦକ୍ଷିଣ ପଶ୍ଚିମ ସିଚୁଆନ୍ ପ୍ରାନ୍ତରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ୫.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିପୋର୍ଟ ଅନୁସାରେ, ନାଇଜିଆଙ୍ଗର ଲଙ୍ଗଚାଙ୍ଗ ସହର ନିକଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଚୀନ୍ ଭୂମିକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ, ବେଜିଂ ସମୟ ଦିନ ୧ଟା ୧୩ ମିନିଟରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୩ କିଲୋମିଟର ଗଭୀରରେ ଥିବା ଜଣାପଡ଼ିଛି । ତେଣୁ ନିକଟବର୍ତ୍ତୀ ଅଞ୍ଚଳରେ ଏହାର ଝଟକା ଅନୁଭୂତ ହୋଇଥାଇପାରେ ।

ଲଙ୍ଗଚାଙ୍ଗ ସହର ସିଚୁଆନ୍ ବେସିନରେ ଅବସ୍ଥିତ । ଏହି ଅଞ୍ଚଳ ସିଚୁଆନ୍ ଓ ଏହାର ଆଖପାଖ ଅଞ୍ଚଳକୁ ଯୋଡ଼ୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପରିବହନ କେନ୍ଦ୍ର ଭାବେ ମଧ୍ୟ ଜଣାଶୁଣା । ତେବେ ଭୂମିକମ୍ପରେ କେତେ କ୍ଷୟକ୍ଷତି ହୋଇଛି, କେହି ମୃତାହତ ହୋଇଛନ୍ତି କି ନାହିଁ ସେନେଇ ଚୀନ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି ସୂଚନା ମିଳିନାହିଁ । ଭୂକମ୍ପ ଝଟକା ଫଳରେ ହିମାଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଚିନ୍ତା ବଢିଯାଇଛି ।

ସେହିପରି ବିଳମ୍ବିତ ରାତିରେ ୩.୨ ତୀବ୍ରତାର ଭୂକମ୍ପ ନେପାଳରେ ଅନୁଭୂତ ହୋଇଛି । ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ । ସିଚୁଆନରେ ଆସିଥିବା ଭୂକମ୍ପ ଯୋଗୁଁ ସମଗ୍ର ଭୂଗର୍ଭୀୟ ଗତିବିଧିକୁ ନେଇ ସତର୍କତା ବଢାଇ ଦିଆଯାଇଛି ।

Post Views58 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!