ସତ୍ତାରୁ ଯିବା ପରେ ବି ତୁଟୁନି କେନ୍ଦ୍ରୀୟ ମୋହ

ସମଦୂରତା ନୀତି, ଯେମିତି ଥିଲା ସେମିତି । ଏବେ ବି ବିଜେଡିର ସମର୍ଥନ ଇଣ୍ଡି ମେଣ୍ଟକୁ ଯାଇନପାରେ। ଗତକାଲି ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ମନ୍ତବ୍ୟ ବିଜେପିକୁ ବଳ ଯୋଗାଇଛି। କିନ୍ତୁ ସାଧାରଣରେ ପ୍ରଶ୍ନ ଉଠିଛି ଯେ, ରାଜ୍ୟରେ ସରକାର ପରିବର୍ତ୍ତନ ପରେ ବି ବିଜେପିକୁ କାହିଁକି ପରୋକ୍ଷରେ ସମର୍ଥନ କରୁଛି ବିଜେଡି ? ତାକୁ ନେଇ ରାଜନୀତି ସରଗରମ ।

ସତ୍ତାରୁ ଯିବା ପରେ ବି ବିଜେଡିର ସମର୍ଥନ ବିଜେପି ସହ। ଭୟ ନା ଭକ୍ତି ନା ଆଉ କିଛି ? ଦିଲ୍ଲୀରେ ବିଜେଡି ସ୍ବର କମୁଥିବା ବେଳେ ଅନାସ୍ଥାକୁ ବିରୋଧ କାହିଁକି କରୁଛି ବିଜେଡି ? ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ବିଜେଡି କରିବନି ବୋଲି ଗତକାଲି ବିଜେଡି ସାଂସଦ ନିରଞ୍ଜନ ବିଶି ଇସାରା ଦେଇଛନ୍ତି। ସେ କହିଛନ୍ତି, ଅନାସ୍ଥାକୁ ସମର୍ଥନ କରିବା ନେଇ ନବୀନ ନିର୍ଦ୍ଦେଶ ଦେଇନାହାନ୍ତି । ଯେଉଁଥିରୁ ସ୍ପଷ୍ଟ ଯେ ବିଜେଡି ପୁଣିଥରେ ଇଣ୍ଡି ମେଣ୍ଟ ବିରୋଧରେ ଯିବ।

Post Views4 Total Count

Apply Now


This will close in 0 seconds

error: Content is protected !!