ପୁରୀ ଶ୍ରୀମନ୍ଦିରରେ କେବଳ ବ୍ୟବହାର ହେବ ଓମ୍‌ଫେଡ୍‌ ଘିଅ

ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ କେବଳ ଓମ୍‌ଫେଡ୍‌ ଘିଅର ବ୍ୟବହାର ନେଇ ‌ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏନେଇ ମୁଖ୍ୟ ପ୍ରଶାସକ ଚିଠି ଖେଲିଥିବା ସୂଚନା ମିଳିଛି। ଆବଶ୍ୟକତା ଦୃଷ୍ଟିରୁ ସ୍ବତନ୍ତ୍ର ଡିପୋ ବ୍ୟବସ୍ଥା ପାଇଁ ଓମ୍‌ଫେଡ୍‌ ପରିଚାଳନା ନିର୍ଦ୍ଦେଶକଙ୍କୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମ୍‌ଫେଡ୍‌ ଘିଅ ବ୍ୟବହାର କରାଯିବ। ଘିଅ ଦାମ ହ୍ରାସ ପାଇଁ ନିଯୋଗ ଅନୁରୋଧ କରିଥିବା ଜଣାଇଛନ୍ତି। ଶ୍ରୀମନ୍ଦିର ଭିତରକୁ ଅନ୍ୟ ଘିଅ ନେଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି।

ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ବରଙ୍କୁ ଅର୍ପଣ କରାଯାଉଥିବା ଲଡୁରେ ପଶୁ ଚର୍ବି ମିଶ୍ରଣ କରାଯାଉଥିବା ନେଇ ଖବର ପ୍ରସାରିତ ହେଲା ପରେ କିଛି ଦିନ ହେଲା ହିନ୍ଦୁ ଧର୍ମାବଳମ୍ବୀଙ୍କ ମନରେ ଶକ୍ତ ଆଘାତ ଲାଗିଛି। ଏହି ଖବରକୁ ନେଇ ‌ଭାରତରେ ଚର୍ଚ୍ଚା ହେଉଛି। ଘଟଣା ସତ କି ଗୁଜବ ସେନେଇ ତଦନ୍ତ ଜାରି ରହିଥିବା ବେଳେ ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଘିଅର ମାନ ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗତମାସ ବଡ ବୟାନ ଦେଇଥିଲେ।
ପୁରୀ ଜିଲ୍ଲାପାଳ ଶ୍ରୀ ସ୍ବାଇଁଙ୍କ କହିଥିଲେ, ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥ‌ିବା ସମ୍ଭାବନା ରହିଛି। ତେଣୁ ଖୁବଶୀଘ୍ର ବ୍ୟବହୃତ ଘିଅର ମାନ ଯାଞ୍ଚ କରାଯିବ। ଏନେଇ ସୁଆର ଓ ମହାସୁଆର ନିଯୋଗ ସହ ଆଲୋଚନା କରାଯିବ। ଏହାପରେ ଖୁବଶୀଘ୍ର ମହାପ୍ରସାଦ ସହ ଦୀପରେ ବ୍ୟବହୃତ ହେଉଥୁବା ଘିଅକୁ ଫୁଡ୍ ସେଫ୍ଟ ଅଫିସରଙ୍କ ଦ୍ବାରା ଯାଞ୍ଚ କରାଯିବ। ଆବଶ୍ୟକ ପଡ଼ିଲେ ମହାପ୍ରସାଦ ଓ ଦୀପରେ ବ୍ୟବହୃତ ଘିଅ ମାନ ଯାଞ୍ଚ ହେବ। ତେବେ ମାନ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!