ଓଡ଼ିଶାର ପ୍ରତିକ ଟିମ୍ ଗୋନାସିକା

ହକି ଇଣ୍ଡିଆ ଲିଗରେ ଓଡ଼ିଶା ସରକାରଙ୍କ ମାଲିକାନାରେ ଥିବା କଳିଙ୍ଗ ଲାନସର୍ସ ଦଳ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା ।ଗୋଟିଏ ୠତୁ ବିଳମ୍ବରେ ପଦାର୍ପଣ କରିଥିଲେ ମଧ୍ୟ ୨୦୧୬ ରେ ଉପବିଜେତା ହେବାପରେ ୨୦୧୭ ରେ ବିଜେତା ହୋଇ ନିଜ ପ୍ରଶଂସକଙ୍କ ସଂଖ୍ୟାକୁ ବହୁଗୁଣା ବଢାଇଥିଲା ।ଏହା ମଧ୍ୟ ସରକାରୀ ମାଲିକାନାରେ ଥିବା ଦେଶର ପ୍ରଥମ ପେସାଦାର କ୍ରୀଡା ଦଳ ଥିଲା ।

ଚଳିତ ବର୍ଷ ପାଖାପାଖି ୭ବର୍ଷର ବ୍ୟବଧାନ ପରେ ନୂଆ ରୂପ ଓ ରଙ୍ଗରେ ଫେରୁଥିବା ହକି ଇଣ୍ଡିଆ ଲିଗରେ ଓଡିଶା ଭିତ୍ତିକ କଳିଙ୍ଗ ଲାନସର୍ସ ଦଳର ନାଁ ଥିଲେ ମଧ୍ୟ ମାଲିକାନା ବଦଳି ଯାଇଛି ।ଘରୋଇ କମ୍ପାନୀ ବେଦାନ୍ତ ଏହାକୁ କିଣିଛି ।ତେବେ  ଟିମ ଗୋନାସିକ’ ନାଁରେ ଥିବା ବିଶାଖାପାଟଣା ଦଳକୁ ଓଡ଼ିଶାର ପ୍ରତିଷ୍ଠିତ ବ୍ୟବସାୟୀ ତାରିଣୀ ପ୍ରସାଦ ମହାନ୍ତି କିଣି ଓଡ଼ିଶା ହକିପ୍ରେମୀଙ୍କ ଆଶା ଆକାଂକ୍ଷକୁ ପୂରଣ କରିଛନ୍ତି ।ଵୈତରଣୀ ନଦୀର ଉତ୍ପତ୍ତି ସ୍ଥଳୀ ଭାବେ ପରିଚିତ କେନ୍ଦୁଝର ର ଗୋନାସିକା ନାମରେ ନାମିତ ଏହି ଦଳ ହକି ପ୍ରତି ଓଡ଼ିଶା ତଥା ଓଡ଼ିଆଙ୍କ ଭଲପାଇବାର ଅନ୍ୟତମ ପ୍ରତୀକ ହେବାକୁ ଯାଉଛି ।

ସୂଚନା ଅନୁଯାୟୀ , ଶ୍ରୀ ମହାନ୍ତି ଙ୍କର ମାଇନିଂ ,ହୋଟେଲ ଏବଂ ଅନ୍ୟାନ୍ୟ ବ୍ୟବସାୟ ଥିଲା ବେଳେ ପ୍ରଥମ ଥର ଲାଗି ସେ ପେସାଦାର କ୍ରୀଡ଼ାର ଏକ ଦଳ କିଣିଛନ୍ତି । ସେ ମଧ୍ୟ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଉପସଭାପତି ଦାୟିତ୍ୱ ରେ ରହିସାରିଛନ୍ତି । ଟିମ ଗୋନାସିକା ସହ ମହିଳା ହକି ଇଣ୍ଡିଆ ଲିଗରେ ରାଉଲକେଲା ଭିତ୍ତିକ ‘ଓଡ଼ିଶା ୱାରିୟର୍ସ’ ଦଳ ଖେଳବାକୁ ଯାଉଛି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!