ମା ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ଢେଙ୍କାନାଳ ସ୍ଥିତ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡିଆରେ ୧୭ ଅକ୍ଟୋବର ରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ ୯ଦିନ ଧରି ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ । ଏହି ମେଳାରେ ଏହି ବର୍ଷ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଯଥା – ଆସାମ, ବିହାର, ଗୁଜୁରାଟ, ଝାରଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ଓଡିଶା, ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଓ ନୂଆଦିଲ୍ଲୀ ଏବଂ ଜମ୍ମୁଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ର ବ୍ୟବସାୟୀ ଯୋଗଦେବେ ।
ଏଥର ମେଳାରେ ୨୫୦ ଟି ଷ୍ଟଲ ରହିବ । ସେଥିମଧ୍ୟରୁ ଓରମାସ ର ୯୫ଟି , ଅନ୍ୟ ରାଜ୍ୟ ର ୩୦ଟି, ମିଶନ ଶକ୍ତିର ୩୦ଟି, ଲାଇନ ଡିପାର୍ଟମେଣ୍ଟର ୨୫ଟି, ହାଣ୍ଡିକ୍ରାଫ୍ଟର ୧୫ଟି, ଟେକ୍ସଟlଇଲର ୫ ଟି, ଆର ଏସ ଇ ଟି ଆଇ ବଜ଼ାରର ୧ଟି, ଢେଙ୍କାନାଳ ଜିଲ୍ଲା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୫ଟି, ଟିଡିସିସି ର ୧ଟି, ଟିଆରଆଇଏଫଇଡି ର ୧ଟି, ଓଡିଶା ତଳଗୁଡା ସମାଜ ର ୧ଟି, ଓଡିଶା କଏର କର୍ପୋରେସନ ର ୧ଟି, ବୟନିକା ର ୩ଟି, କେଭିଆଇବି ର ୬ ଟି, ସେବା ପ୍ରଦାନ କାରୀ ୬ଟି ଓ ୧୫ଟି ଖାଦ୍ୟ ଷ୍ଟଲ ରହିବ । ଏହା ସହିତ ମେଳରେ ଅଂଶ ଗ୍ରହଣ କରୁଥିବା ବ୍ୟବସାୟୀ, କଳାକାର ଏବଂ ଅତିଥିଙ୍କ ରହଣି ବ୍ୟବସ୍ଥା, ନିରବଛିନ୍ନ ବିଦ୍ୟୁତ ଯୋଗାଣ, ନିୟମିତ ସଫେଇ, ପାନୀୟ ଜଳ ଯୋଗାଣ, ଯାନବାହାନ ନିୟନ୍ତ୍ରଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା , ଆଶୁ ଚିକିତ୍ସା, ଆମ୍ବୁଲାନ୍ସ ବ୍ୟବସ୍ଥା, ଉତ୍ପାଦକ ସାମଗ୍ରୀ ବିମ।କରଣ, ଏଟିଏମ ବ୍ୟବସ୍ଥା ସିସିଟିଭି ବ୍ୟବସ୍ଥା, ବୃଦ୍ଧବୃଦ୍ଧାଙ୍କ ପାଇଁ ହୁଇଲ ଚେଆର ବ୍ୟବସ୍ଥା କରାଯାଇଛି ।ଏଥିସହିତ ୭ମ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ଅକ୍ଟୋବର ୧୯ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ପଲ୍ଲିଶ୍ରୀ ମେଳା ପଡିଆରେ ଅନୁଷ୍ଠିତ ହେବ ।

