୫ ଟି ସଚିବ ଭି କେ ପାଣ୍ଡିଆନଙ୍କ ଦେବକୁଣ୍ଡ ଗସ୍ତ…

ଉଦଳା ବ୍ଲକ କୁଣ୍ଡାବାଇ ମା ଅମ୍ବିକାଙ୍କ ପୀଠ ଦେବକୁଣ୍ଡ ଗସ୍ତରେ ଆସିଲେ ୫ ଟି ସଚିବ । ଆଜି ଦିନ ସାଢେ ଦଶଟାରେ ଉପର ତାଳଡିହା ସ୍ଥିତ ହେଲିପ୍ୟାଡ଼ରେ ଓହ୍ଲାଇ ଦେବକୁଣ୍ଡ ଯାଇଥିଲେ । ସେଠାରେ ଆଗାମୀ ଦିନରେ ଦେବକୁଣ୍ଡର ବିକାଶ ନେଇ ଅଧିକାରୀମାନଙ୍କ ସହିତ କରିଥିଲେ ଆଲୋଚନା ।

.କିଭଳି ଆଗାମୀ ଦିନରେ ଦେବକୁଣ୍ଡର ବିକାଶ ହେବା ସହିତ ପର୍ଯ୍ୟଟକ ବିକାଶ ହେବ ଏବଂ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସି ଦେବକୁଣ୍ଡ ବୁଲିବେ ସେ ନେଇ ଉପସ୍ଥିତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ବିଶେଷ କରି ରାସ୍ତାର ବିକାଶ ସହିତ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ମା ଙ୍କ ପୀଠର ବିକାଶ ପାଇଁ ସ୍ଥିତି ସମୀକ୍ଷା କରିଲେ ୫ ଟି ସଚିବ ।

୫ ଟି ସଚିବଙ୍କ ସହିତ ମୟୁରଭଞ୍ଜ ଜିଲ୍ଲାପାଳ, ଆଇ ଜିଙ୍କୁ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।
ସ୍ଥିତି ସମୀକ୍ଷା କରିବା ପରେ ୫ ଟି ସଚିବ ଭୀମକୁଣ୍ଡ ଅଭିମୁଖେ ଯାଇଛନ୍ତି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!