ଜନସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ ଜାନୁଆରୀ ୨୨ ଯାଏଁ ଏହା ସାଧାରଣ ଜନତାଙ୍କ ପାଇଁ ଖୋଲିବ। ଏହି ସୁନ୍ଦର ପରିବେଶ ତଥଶ ଏଠିକାର ସୁନ୍ଦର ମନୋରମ ଦୃଶ୍ୟକୁ ମନ ଭରି ଉପଭୋଗ କରିବାକୁ ଜନସାଧାରଣଙ୍କୁ ମିଳିବ ସୁଯୋଗ।
କିନ୍ତୁ ଏଥର ନିୟମ ଟିକେ ଅଲଗା ହୋଇଛି । କାରଣ କେବଳ ମୋବାଇଲ୍ ଆପ୍ ପଞ୍ଜିକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯିବ । ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏଥିନିମନ୍ତେ ପ୍ଲେ ଷ୍ଟୋର କିମ୍ବା ଆପ୍ସ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ରାଜଭବନ, ଓଡ଼ିଶାର ମୋବାଇଲ୍ ଆପ୍ ଡାଉନ୍ଲୋଡ଼ କରିବାକୁ ପଡ଼ିବ । ଓଡ଼ିଶାର ରାଜଭବନ ୱେବ୍ସାଇଟରେ ଉପଲବ୍ଧ ଥିବା କ୍ୟୁ-ଆର୍ କୋଡ଼ ମାଧ୍ୟମରେ ମୋବାଇଲ୍ ଆପ୍ ମଧ୍ୟ ଡାଉନ୍ଲୋଡ କରାଯାଇପାରିବ ।

