ଗୋଟିଏ ପଟେ ଚାଲିଛି ଶପଥ ପାଠ ଗ୍ରହଣ ଉତ୍ସବ ସେପଟେ ଖେଳ ପାଇଁ ବଢିଛି ଉଷ୍ମତା । ଗତକାଲି ଟି-୨୦ ବିଶ୍ୱକପରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ୬ ରନରେ ହରାଇ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି । ଅନ୍ୟପଟେ ପଏଣ୍ଟ ଟେବୁଲରେ ମଧ୍ୟ ଶୀର୍ଷରେ ରହିଛନ୍ତି ବ୍ଲୁଇଣ୍ଡିଆ ।

ଗତକାଲି ମ୍ୟାଚ୍ ଥିଲା ଅତି ରୋମାଞ୍ଚପୂର୍ଣ୍ଣ । କ୍ରିକେଟ ପ୍ରେମୀ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁଭଳି ଲଢ଼େଇ ଦେଖିବାକୁ ଚାହାଁନ୍ତି ତାହା ପୁଣି ଥରେ ଦେଖିବାକୁ ମିଳିଥିଲା । ବ୍ୟାଟିଙ୍ଗରେ ଭାରତୀୟ ବ୍ୟାଟ୍ସ ମ୍ୟାନ ଏତେଟା ଭଲ ପ୍ରଦର୍ଶନ କରିପାରିନଥିବା ବେଳେ, ମନ ଜିଣିଥିଲେ ବୋଲର । ବୁମରାଙ୍କ ଧୂଆଁଧାର ବୋଲିଂ ଆଗରେ ତିଷ୍ଟି ପାରି ନଥିଲେ ପାକିସ୍ତାନର ବ୍ୟାଟ୍ସମ୍ୟାନ୍ । ୩ଟି ୱିକେଟ ନେବା ସହ ମ୍ୟାନ ଅଫ ଦି ମ୍ୟାଚ୍ ମଧ୍ୟ ହୋଇଛନ୍ତି ବୁମରା । ସେହିପରି ପାଣ୍ଡ୍ୟା ୨, ଅର୍ଶଦୀପ ପଟେଲ ଗୋଟିଏ ଏବଂ ଅକ୍ଷର ପଟେଲ ଗୋଟିଏ ୱିକେଟ ନେଇ ଭାରତର ରାସ୍ତା ସଫା କରିଥିଲେ । ଶେଷରେ ବିଜୟର ମୁକୁଟ ପିନ୍ଧିଥିଲା ଟିମ୍ ଇଣ୍ଡିଆ ।

Post Views93 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!