ଗମ୍ଭୀର ସହଯୋଗୀଙ୍କ କଟିଲା ପତ୍ତା

କଠୋର ହୋଇଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ବା BCCI । ଟିମ୍ ଇଣ୍ଡିଆ ସହ ଜଡିତ ଏକ କଠୋର ନିଷ୍ପତ୍ତି ନେଇଛି ବିସିସିଆଇ । ୪ ଜଣ ସପୋର୍ଟ ଷ୍ଟାଫ୍ ସଦସ୍ୟଙ୍କୁ ବହିଷ୍କାର କରିଛି ବିସିସିଆଇ । ଯେଉଁଥିରେ ଅଛନ୍ତି ସହାୟକ କୋଚ୍ ଅଭିଷେକ ନାୟାର, ଫିଲ୍ଡିଂ କୋଚ୍ ପ୍ରଶିକ୍ଷକ ଟି ଦିଲୀପ, ସ୍ଟ୍ରେନ୍ଥ ଓ କଣ୍ଡିସନିଂ କୋଚ୍ ସୋହମ ଦେଶାଇ ଏବଂ ଜଣେ ମସାଜର ସାମିଲ ଅଛନ୍ତି । ବିସିସିଆଇ ତରଫରୁ କୌଣସି ଆନୁଷ୍ଠାନିକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିନାହିଁ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫି (BGT) ୨୦୨୫ରେ ଦଳର ନିରାଶାଜନକ ପ୍ରଦର୍ଶନ ଯୋଗୁଁ BCCIର ଏହି କାର୍ଯ୍ୟାନୁଷ୍ଠାନ ବୋଲି ପ୍ରାଥମିକ ଭାବରେ ବିଶ୍ୱାସ କରାଯାଉଛି । ସେହି ସମୟରେ, ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଘରୋଇ ମାଟିରେ ୦-୩ରେ ପରାସ୍ତ ହୋଇଥିଲା।

ଟେଷ୍ଟ କ୍ରିକେଟରେ ଏହା ପ୍ରଥମ ଯେ, ଭାରତୀୟ ଦଳ ଘରୋଇ ମାଟିରେ ୩ କିମ୍ବା ତା’ଠାରୁ ଅଧିକ ମ୍ୟାଚ୍ ବିଶିଷ୍ଟ ସିରିଜରେ କ୍ଲିନ୍ ସୁଇପ୍ର ସମ୍ମୁଖୀନ ହୋଇଛି । ଏହି ସିରିଜରେ ଭାରତର ପରାଜୟ ପରେ, ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସେମାନଙ୍କୁ ୧-୩ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

Post Views21 Total Count

Apply Now


This will close in 0 seconds

error: Content is protected !!