ଦୀର୍ଘ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପରେ ଚମ୍ପିୟାନ ହେଲା ଭାରତ

ଦୀର୍ଘ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପରେ ଚମ୍ପିୟାନ ହେଲା ଭାରତ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍ ହାତେଇଲା ରୋହିତ ବାହିନୀ । ବାର୍ବାଡୋସ ବ୍ରିଜଟାଉନରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ବିଜୟ ର ମୁକୁଟ ପିନ୍ଧିଛି । ବ୍ୟାଟିଂ ଟିମ୍ ରେ ବିରାଟ କୋହଲି ଏବଂ ଅକ୍ଷର ପଟେଲଙ୍କ ଧୂଆଁଧାର ବ୍ୟାଟିଙ୍ଗ ରନ ବଢାଇବାରେ ସକ୍ଷମ ହୋଇଥିଲେ ।

ମ୍ୟାଚ ର ଶେଷ ୩୦ ବଳରେ ଦକ୍ଷିଣ ଆଫ୍ରିକାକୁ ୩୦ ରନର ଆବଶ୍ୟକତା ପଡୁଥିବା ବେଳେ ମ୍ୟାଚର ଅନ୍ତିମ ପର୍ଯ୍ୟାୟରେ ଭାରତୀୟ ପେସ୍ ବଲର ନିଜର କମାଲ ଦେଖାଇଥିଲେ । ଅର୍ଶଦୀପ ସିଂ ୪ ଓଭରରେ ୨୦ ରନ୍ ଦେଇ ୨ୱିକେଟ, ବୁମରାହ ୪ ଓଭରରେ ୧୮ ରନ୍ ଦେଇ ୨ଟି ୱିକେଟ ହାସଲ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବଙ୍କ ଆର୍କଷଣୀୟ କ୍ୟାଚ ମ୍ୟାଚର ଟର୍ନିଙ୍ଗ ପଏଣ୍ଟ ସାଜିଥିଲା । ମୋଡ ବଦଳାଇଦେଇଥିବା କୁହାଯାଉଛି ।

ଗୋଟିଏ ବର୍ଷ ମଧ୍ୟରେ ରୋହିତ ବାହିନୀ ଦିନିକିଆ ବିଶ୍ୱକପରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇ ନିରାଶ ହୋଇଥିବା ବେଳେ ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତରେ ଥିବା ସମସ୍ତ କ୍ରିକେଟ ପ୍ରେମୀଙ୍କୁ ବଡ଼ ଭେଟି ଦେଇଛନ୍ତି । ବିଶ୍ୱକପ୍ ବିଜୟ ପରେ ଚାରିଆଡେ ଉତ୍ସବ ଚାଲିଥିବା ବେଳେ । ସୋସିଆଲ ମିଡ଼ିଆରେ ରୋହିତ ବାହିନୀକୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!