ବ୍ୟାଟର୍‌ ଅଙ୍ଗକ୍ରିଶ ରଘୁବଂଶୀଙ୍କୁ ଜରିମାନା

କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବ୍ୟାଟର୍‌ ଅଙ୍ଗକ୍ରିଶ ରଘୁବଂଶୀଙ୍କୁ ଜରିମାନା ହୋଇଛି । ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ବିପକ୍ଷ ମ୍ୟାଚ୍‌ରେ ଆଇପିଏଲ୍‌ ଆଚରଣ ସଂହିତା ଭାଙ୍ଗିବା ଅଭିଯୋଗରେ ତାଙ୍କୁ ମ୍ୟାଚ୍‌ ପାଉଣାର ୨୦ ପ୍ରତିଶତ ସହ ଗୋଟିଏ ଡିମେରିଟ୍‌ ପଏଣ୍ଟ ମିଳିଛି । ରଘୁବଂଶୀ ୯ ରନ୍‌ କରିଥିବା ବେଳେ ତାଙ୍କୁ ଅମ୍ପାୟାର ଅବଷ୍ଟ୍ରକ୍‌ଟିଂ ଦ ଫିଲ୍ଡ ଆଉଟ୍‌ ଦେଇଥି‌ଲେ ।‌

ସେ ଆଇପିଏଲ୍‌ ଇତିହାସରେ ଚତୁର୍ଥ ବ୍ୟାଟର୍‌ ଭାବେ ଏଭଳି ଆଉଟ୍‌ ହୋଇଥିଲେ । ଏଥିରେ ୨୧ ବର୍ଷୀୟ ଏହି ୱିକେଟ୍‌କିପର୍‌ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଫିଲ୍ଡ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ ।ଏହାପରେ ପ୍ୟାଭିଲିୟନ୍‌ ଫେରିବା ବେଳେ ବ୍ୟାଟ୍‌କୁ ବାଉଣ୍ଡରି ନିକଟରେ ରାଗିକି ବାଡ଼େଇବା ସହ ହେଲ୍‌ମେଟ୍‌କୁ ଡଗ୍‌ଆଉଟ୍‌କୁ ଫିଙ୍ଗି ଦେଇଥିଲେ ।

ସେ ଆଇପିଏଲ୍‌ ଆଚରଣ ସଂହିତାର ଧାରା ୨.୨ ଉଲ୍ଲଂଘନ କରିଥିବାରୁ ଦଣ୍ଡିତ ହୋଇଛନ୍ତି । ସେ ନିଜ ଦୋଷ ସ୍ୱୀକାର କରିବା ମ୍ୟାଚ୍‌ ରେଫରିଙ୍କ ଦଣ୍ଡ ଗ୍ରହଣ କରିବା ନେଇଥିବାରୁ ପରବର୍ତ୍ତୀ ଶୁଣାଣିର ଆବଶ୍ୟକ ରହିନି ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!