ଆକାଉଣ୍ଟସ ମ୍ୟାନେଜର ପରମେଶ୍ୱର ନାୟକ ଗିରଫ

ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତତ୍କାଳୀନ ଆକାଉଣ୍ଟସ ମ୍ୟାନେଜର ପରମେଶ୍ୱର ନାୟକଙ୍କୁ ପୋଲିସ ଗିରଫ କରିଛି । ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଡାକ୍ତରଖାନାରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ଦେବଗଡ ଥାନା ପୋଲିସ ପରମେଶ୍ୱରଙ୍କୁ ଗିରଫ କରି ଆଜି ସନ୍ଧ୍ୟାରେ କୋର୍ଟଚାଲାଣ କରିବ ବୋଲି ଜଣାପଡିଛି ।

ଡାକ୍ତରଖାନାରେ ଆଟେଣ୍ଡାଂଟ, ଝାଡୁଦାର ଏବଂ ସୁପରଭାଇଜର ପଦବୀରେ ନିଯୁକ୍ତି ଦେବା ପାଇଁ ମୋଟା ରକମର ଟଙ୍କା ଆଦାୟ କରିଥିଲା ।

ଚାକିରି ପାଇଁ ୧୨ ଜଣ ଆଶାୟୀଙ୍କ ଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ହିସାବରେ ୧୫ ଲକ୍ଷ ୬୦ ହଜାର ଟଙ୍କା ଅସୁଲି କରିଥିଲା । ୨୦୨୫ ଜୁଲାଇ ମାସରେ ଟଙ୍କା ନେଇଥିବା ବେଳେ ୧୫ ଦିନ ମଧ୍ୟରେ ଚାକିରି କରାଇ ଦେବାର ପ୍ରତିଶ୍‌ତି ଦେଇଥିଲେ । କିନ୍ତୁ ଚାକିରି ଦେବା ବଦଳରେ ଦିନ ଗଡାଇ ଚାଲିଥିଲା ।

ନଭେମ୍ବର ମାସରେ କନ୍ଧମାଳ ଜିଲ୍ଲାକୁ ବଦଳି ପରେ ସେ ଆଉ ଧରାଛୁଆଁ ଦେଉନଥିଲା । ଠକେଇର ଶିକାର ହୋଇଥିବା କୁରଡ ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରା ଗତ ମାର୍ଚ୍ଚ ୧୫ ତାରିଖ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ବିଏନଏସ ର ଦଫା ୩୧୮ (୪), ୨୯୬, ୩୫୧ (୩) ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଆକାଉଣ୍ଟସ ମ୍ୟାନେଜର ପରମେଶ୍ୱର ନାୟକଙ୍କୁ ଆଜି ଗିରଫ କରିଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା ପୋଲିସ ଠାରୁ ସୂଚନା ମିଳିଛି ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!