ଗୋଟିଏ ପଟେ ହାତରେ ବିଶ୍ୱକପ୍ ଅନ୍ୟପଟେ ଆଖିରେ ଲୁହ, ବିଶ୍ୱକପ୍ ବିଜୟ ପରେ ଟି-୨୦ ଫର୍ମାଟରୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ଘୋଷଣା ପରେ କିଛି ଏଭଳି ଥିଲା ଦୃଶ୍ୟ । ସୋସିଆଲ ମିଡ଼ିଆ ହେଉ କିମ୍ବା ଫିଲ୍ଡ ରେ ସଭିଙ୍କୁ କନ୍ଦାଇ ଦେଇଥିଲେ ଉଭୟେ । କାରଣ ଟି- ୨୦ ଫର୍ମାଟ ମ୍ୟାଚ ରେ ଆଉ ସୁଭିବନି ରୋହିତ ରୋହିତ ବା ଭିରାଟ ଭିରାଟ ।
ବିଜୟର ମୁକୁଟ ପିନ୍ଧିବା ପରେ ଏହା ମୋର ଶେଷ ବିଶ୍ୱକପ୍ ବୋଲି କିଙ୍ଗ୍ କୋହଲି କହିଥିବା ବେଳେ ନୂଆ ଖେଳାଳିଙ୍କୁ ସୁଯୋଗ ଦେବାକୁ ଅବସର ନେଉଥିବା କହିଛନ୍ତି ଅଧିନାୟକ ରୋହିତ ଶର୍ମା । ଟି-୨୦ରୁ ନିଜ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ବେଳେ ପ୍ରତ୍ୟେକ ମୁହୂର୍ତ୍ତର୍ରେ ଏହାକୁ ଉପଭୋଗ କରିଛନ୍ତି । ଟି-୨୦ ଫର୍ମାଟରେ ଦଳକୁ ଚମ୍ପିୟନ କରିବା ପରେ ଏହା ଅବସରର ସଠିକ୍ ସମୟ ବୋଲି ସେ କହିଛନ୍ତି ରୋହିତ । ସେହିପରି ରନ ମେସିନ କୁହାଯାଉଥିବା ବିରାଟ କୋହଲି ୨୦୧୦ ମସିହାରୁ ଟି-୨୦ ଫର୍ମାଟରେ ଡେବ୍ୟୁ କରିଥିବା ବେଳେ ଆଉ ପଛକୁ ଫେରି ଚାହିଁନାହାଁନ୍ତି । ତେବେ ଉଭୟଙ୍କ ଅବସର ଘୋଷଣା କ୍ରିକେଟ ପ୍ରେମୀଙ୍କୁ ଭାବ ବିହ୍ଵଳ କରିଛି ।

