ମୋଦିଙ୍କ କ୍ୟାବିନେଟରେ ୩ ଓଡ଼ିଆ

କେନ୍ଦ୍ର କ୍ୟାବିନେଟରେ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ । ଦୁଇଟିଯାକ କ୍ୟାବିନେଟରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପୁଣି ଭରସା କରିଛନ୍ତି ମୋଦି । ଗତ ପାଳିରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିବା ଧର୍ମେନ୍ଦ୍ରଙ୍କୁ ଏଥର କେଉଁ ବିଭାଗ ମିଳିବ ତାହା ବିଭାଗ ବଣ୍ଟନ ବେଳେ ସ୍ପଷ୍ଟ ହେବ।

ସେହିପରି ମୋଦୀଙ୍କ ଦ୍ୱିତୀୟ ପାଳିରେ ରେଳମନ୍ତ୍ରୀ ଦାୟୀତ୍ୱରେ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ମୋଦୀଙ୍କ ତୃତୀୟ ପାଳିରେ ସ୍ଥାନ ମିଳିଛି । ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି । ରାଜ୍ୟସଭା ସାଂସଦ ଥିବା ଅଶ୍ୱିନୀ ବୈଷ୍ଣବ ଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ।
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ମୋଦୀ ସରକାରଙ୍କ ପ୍ରଥମ ପାଳିରେ ସେ ମନ୍ତ୍ରୀ ଥିବା ବେଳେ ଦ୍ୱିତୀୟ ପାଳିରେ ତାଙ୍କୁ ମୋଦୀ କ୍ୟାବିନେଟରେ ସ୍ଥାନ ଦେଇନଥିଲେ । ଜୁଏଲଙ୍କୁ ଆଦିବାସୀ କଲ୍ୟାଣ ବିଭାଗ ମିଳିବାର ଆଶା ଅଧିକ ରହିଥିବା ଅନୁମାନ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!