ମନମୋହନ ସାମଲ ଓ ସୁଜିତ କୁମାର ଭାଜପା ପ୍ରାର୍ଥୀ

ମନମୋହନ ସାମଲ ଓ ସୁଜିତ କୁମାର ଭାଜପା ପ୍ରାର୍ଥୀ। ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ଭାଜପା। ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା। ମନମୋହନ ସାମଲ ପ୍ରଥମ ଆସନ ପାଇଁ ପ୍ରାର୍ଥୀ। ସୁଜିତ କୁମାର ଦ୍ବିତୀୟ ଆସନ ପାଇଁ ପ୍ରାର୍ଥୀ। ନାଁ ଘୋଷଣା କଲା ଭାଜପା କେନ୍ଦ୍ରୀୟ କମିଟି।

ରାଜ୍ୟସଭା ନିର୍ବାଚନରେ ବିଜେଡି ଦୁଇ ଜଣଙ୍କୁ ପ୍ରାର୍ଥୀ କରିବା ପରେ ଏବେ ଭାଜପା ଉପରେ ସମସ୍ତଙ୍କ ନଜର। ବିଜେଡି- କଂଗ୍ରେସ ମିଶି ଜଣେ ପ୍ରାର୍ଥୀକୁ ସମର୍ଥନ କରିବା, ନୂଆ ସମୀକରଣ ତିଆରି କରିଛି। ସଂଖ୍ୟା ନ ଥାଇ ମଧ୍ୟ କଂଗ୍ରେସ ସମର୍ଥନକୁ ଭରସା ରଖି ଦ୍ଵିତୀୟ ପ୍ରାର୍ଥୀ ଦେଇଛି ବିଜେଡି।

ତେଣୁ ସବୁଠାରୁ ବେଶୀ ଚର୍ଚ୍ଚା ଭାଜପା ତୃତୀୟ ପ୍ରାର୍ଥୀ ଦେବ ନା ନାହିଁ ? ଯଦିଓ ଭାଜପା ନେତା ଆରମ୍ଭରୁ ଦମ୍ଭୋକ୍ତି ବାଢ଼ି ଆସୁଛନ୍ତି ରାଜ୍ୟ ସଭା ସିଟରୁ ତିନୋଟି ଭାଜପା ନେବ ତେବେ ସଂଖ୍ୟା ଗଣିତ କହୁଛି ଭାଜପା ଦୁଇଟି ସିଟ୍ ନେବା ନିଶ୍ଚିତ।

ଏପରି ସମୟରେ କଂଗ୍ରେସ ସମର୍ଥନରେ ବିଜେଡି ପ୍ରାର୍ଥୀ ଦେବା ଭାଜପା ପାଇଁ ନୂଆ ଚ୍ୟାଲେଞ୍ଜ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ବିଜେଡି-କଂଗ୍ରେସ ମିଶିକି ବଢ଼ିଲେ ଭାଜପାକୁ ଫାଇଦା ହେବ। ଭାଜପା ତୃତୀୟ ପ୍ରାର୍ଥୀ ଦେବ କି ନାହିଁ ଦୁଇରୁ ତିନି ଦିନ ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ।

Post Views6 Total Count

Apply Now


This will close in 0 seconds

error: Content is protected !!