ଶ୍ରୀମନ୍ଦିର ପ୍ରଶାସନର ବଡ଼ ନିଷ୍ପତ୍ତି । ଭକ୍ତ ଦର୍ଶନ ପାଇଁ ଯିବା ବେଳେ ପଲିଥିନ୍ ଓ ପ୍ଲାଷ୍ଟିକ୍ ନେଇ ପ୍ରବେଶ କରିପାରିବେ ନାହିଁ । ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ଭକ୍ତଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଏଣିକି ଶ୍ରୀମନ୍ଦିର ଭିତରକୁ ପଲିଥିନ ଓ ପ୍ଲାଷ୍ଟିକ୍ ନେଇ ଯାଇ ପାରିବେନି ଭକ୍ତ ବା ଶ୍ରଦ୍ଧାଳୁ । ବେତ ନିର୍ମିତ ଚାଙ୍ଗୁଡିରେ ଫୁଲ ଏବଂ ଭୋଗ ଆଣିବାକୁ ସମସ୍ତ ନିଯୋଗ ଏବଂ ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି । ସୁଆର ମହାସୁଆରଙ୍କୁ ପେପର ବ୍ୟାଗ, କପଡା ବ୍ୟାଗ, ବେତ ଓ ବାଉଁଶରେ ତିଆରି ସାମଗ୍ରୀରେ ତିଆରି ହୋଇଥିବା ଚାଙ୍ଗୁଡି ବା ଉପକରଣ ବ୍ୟବହାର କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ।
Related Posts
ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ: ୧୨ଟା ୨୫ ମିନିଟ୍ ଯାଏ ଗୃହ ମୁଲତବୀ ଘୋଷଣା
ଆଜି ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ପ୍ରଶ୍ନକାଳ ଆରମ୍ଭରୁ ଏକାଧିକ ପ୍ରସଙ୍ଗ ନେଇ ଆଜି ବିଧାନସଭାରେ ବିରୋଧୀ ବିଜେଡି…
୨୪ ଅଙ୍ଗଦାତାଙ୍କୁ ‘ସୂରଜ ପୁରସ୍କାର’ ପ୍ରଦାନ
ଅଙ୍ଗଦାନଠାରୁ ମହତ କାର୍ଯ୍ୟ କିଛି ନାହିଁ। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୧୪ ଟି ଚିକିତ୍ସାଳୟକୁ ଅଙ୍ଗ ପ୍ରତିରୋପଣ ପାଇଁ ପଞ୍ଜୀକୃତ କରାଯାଇଛି।…
ବାହାନଗା ହାଇସ୍କୁଲ ପୁନଃନିର୍ମାଣ, ୨.୪୯ କୋଟି ଟଙ୍କା ମଞ୍ଜୁର
ବାଲେଶ୍ବର ଜିଲ୍ଲାର ବାହାନଗା ହାଇସ୍କୁଲର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ. ପାଣ୍ଡିଆନ ବାହାନଗା ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ,…

