ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ (ଓପିଜିସି) ଲିମିଟେଡ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଜ୍ୟ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ୧୦୦ ମେଗାୱାଟରୁ ଅଧିକ କ୍ଷମତା ବିଶିଷ୍ଟ ପାୱାର ପ୍ଲାଣ୍ଟ ବର୍ଗରେ ଓପିଜିସି ୨ୟ ପୁରସ୍କାର ହାସଲ କରିଛି। ସେହିଭଳି ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ଶକ୍ତି ସଂରକ୍ଷଣ ପୁରସ୍କାର ସମାରୋହରେ କମ୍ପାନୀ ୧ମ ପୁରସ୍କାର ପାଇଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଶକ୍ତି ମନ୍ତ୍ରୀ ରାଜ କୁମାର ସିଂଙ୍କଠାରୁ ଓପିଜିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମାନସ ରଞ୍ଜନ ରାଉତ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ। ଅପରପକ୍ଷରେ ରାଜ୍ୟସ୍ତରୀୟ ଓଡ଼ିଶା ରାଜ୍ୟ ଶକ୍ତି ସଂରକ୍ଷଣ ପୁରସ୍କାର -୨୦୨୩ ଆଇପିପି ବର୍ଗରେ ଓପିଜିସିକୁ ଶ୍ରେଷ୍ଠ ପ୍ରଦର୍ଶନ ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କଠାରୁ କମ୍ପାନୀ ଏଜିଏମ୍ (ଅପରେଶନ) ରମଣ ଭର୍ମୁରିଆ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ।
Related Posts
ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା
କେନ୍ଦୁଝର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ମିଳିଲା ବିଶ୍ବବିଦ୍ୟାଳୟ ମାନ୍ୟତା । ଭିଡିଓ ଜାରି କରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ…
ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ :ପାସ୍ ହାର ୯୫.୩୩ ପ୍ରତିଶତ
ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦଶମ ଶ୍ରେଣୀ ପରୀକ୍ଷା-୨୦୨୬ ଦେଇଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କର ହାତରେ ମାଟ୍ରିକ ରେଜଲ୍ଟ…
ମୋଦକ ଚୋରି ଅଭିଯୋଗକୁ ଆଇନମନ୍ତ୍ରୀଙ୍କ ଖଣ୍ଡନ
ଶ୍ରୀମନ୍ଦିର ଗାରଦରୁ ମୋଦକ ଚୋରି ଅଭିଯୋଗକୁ ଖଣ୍ଡନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଅଭିଯୋଗରେ କୌଣସି…

