ବିଶ୍ୱ ପ୍ରସିଦ୍ଧ ଆସିଲେ ରଥଦାଣ୍ଡ, ବଡ ଦାଣ୍ଡ ପାଲଟିଛି ଜନସମୁଦ୍ର । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ରଥ, ପଥ, ଭକ୍ତ ବ୍ୟାକୁଳିତ । ବଡଦାଣ୍ଡରେ ଘୋଷଯାତ୍ରାରେ ଭକ୍ତ ଭଗବାନ ଏକାକାର । ତେବେ ଆସନ୍ତୁ ଜାଣିବା ଏହି ଭବ୍ୟ, ଦିବ୍ୟ ମହାପ୍ରଭୁଙ୍କ ରଥ ବିଷୟରେ ।
ଶ୍ରୀବଳଭଦ୍ରଙ୍କ ରଥ: ତାଳଧ୍ବଜ
ରଥର ଅନ୍ୟ ନାମ- ଲଙ୍ଗଳଧ୍ବଜ ବା ହଳଧ୍ବଜ
ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୩୧
ରଥର ଉଚ୍ଚତା- ୪୫ ଫୁଟ୍(ପୂର୍ବ ଉଚ୍ଚତା ୨୨ ହାତ)
ରଥର ଚକ ସଂଖ୍ୟା- ୧୪
ରଥର ଆବରଣ- ରକ୍ତ ଓ ନୀଳବର୍ଣ୍ଣ
ରଥର ଅଧିଶ୍ବର ଦେବତା- ଶ୍ରୀବଳଭଦ୍ର, ଚଳନ୍ତି ପ୍ରତିମା ରାମ ଓ କୃଷ୍ଣ
ରଥର ଆୟୁଧ- ହଳ ଓ ମୂଷଳ
ସାରଥିର ନାମ- ମାଳତୀ
ରଥ ରକ୍ଷକ- ବାସୁଦେବ ଓ ଭାସ୍କର
ରଥ ଦଉଡିର ନାମ- ବାସୁକୀ
ରଥ ଦେବୀ- ଜୟଦୁର୍ଗା
ରଥ ଭୈରବ- କ୍ଷେତ୍ରପାଳ
ରଥ ଶିରରେ- ଅନନ୍ତ ନାଗ
ରଥର ଅଶ୍ବ- ୪(ଶଙ୍ଖ, ସୁଚିତ୍ରା, ଅଙ୍ଗଦ ମେଘନାଦ)
ରଥ ଗନ୍ଧର୍ବ- ହୁ, ହୁ
ରଥ ନେତର ନମ- ଉନ୍ମନି
ରଥର ଦ୍ବାରପାଳ- ନନ୍ଦ ଓ ସୁନନ୍ଦ
ରଥର ଋଷି ପଟାରେ- ଅଙ୍ଗିରା, ପୌଲସ୍ତ୍ୟ, ପୁଲହ, ଅଗସ୍ତି, କୃଷ୍ଣ, ମୁଦ୍ଗଲ, ଅତ୍ରେୟ ଓ କାଶ୍ୟପ
ରଥ ଦଧିନଉତିର ନାମ- ଭୁବନ କୋଷ
ରଥ ମୁର୍ଦ୍ଧାରେ- କେତୁ ଭଦ୍ରା
ରଥର ଚର ଦେବତା- ବ୍ରହ୍ମା ଓ ଶିବ
ରଥ ଚାରଣ- ମହାସିଦ୍ଧ ଓ ଉଲେମୀ
ରଥ ଗର୍ଭାଧୀଶ୍ବର ଅଷ୍ଟ ଶକ୍ତି- ତୁଙ୍ଗୀ, ତୁଙ୍ଗ ଭଦ୍ରା, ପ୍ରଭା, ସୁପ୍ରଭା,ଧାତ୍ରୀ, ବିଧାତ୍ରୀ ନନ୍ଦା, ସୁନନ୍ଦା
ରଥର ଭଦ୍ରପୀଠ- ଅଷ୍ଟଦଳ ପଦ୍ମ
ରଥର ଶୂନ୍ୟ ଚକ୍ରର ନାମ- କାଳ ସଂହାର
ଦଧିନଉତି ଉପରିସ୍ଥ କଳସତ୍ରୟ- ଚନ୍ଦ୍ର, ସୂର୍ଯ୍ୟ ଓ ବିଦ୍ୟୁତ୍
ରଥ ରତ୍ନ- ମର୍କତ
ରଥର ଶୁକ ଯୁଗଳ(ଶୁଆ) ନାମ- ଶ୍ରଦ୍ଧା ଓ ବିଶ୍ବାସ
ରଥ ପୀଠ- ମେରୁ କୈଳାସ
ରଥରେ ବ୍ୟବହୃତ ଚନ୍ଦ୍ରାତପ- କନକ ମେଖଳା
ଦେବୀ ସୁଭଦ୍ରାଙ୍କ ରଥ
ରଥର ଅନ୍ୟ ନାମ- ଦେବୀଦଳନ, ଦର୍ପଦଳନ
ରଥରେ ବ୍ୟବହୃତ କାଠର ସଂଖ୍ୟା- 711
ରଥର ଉଚ୍ଚତା-44 ଫୁଟ
ରଥର ଚକ ସଂଖ୍ୟା- 12
ରଥ ରକ୍ଷକ- ଜୟଦୁର୍ଗା
ରଥ ଧ୍ବଜାରେ- ନାଦମ୍ବିକା
ଦ୍ବାରପାଳ – ଦ୍ବାଦଶ ବରଣ ଭୁବନେଶ୍ବରୀ, ଚକ୍ର, ଗଙ୍ଗା, ଯମୁନା
ରଥର ଆୟୁଧ- ପଦ୍ମକହ୍ଲାର
ରଥର ଆବରଣ- ନାଲି ଓ କଳା ରଙ୍ଗ
ରଥର ଅଶ୍ବ ସଂଖ୍ୟା- 4(ନାଲି)
ରଥର ଅଶ୍ବ ନାମ- ରୋଚିକା, ମୋଚିକା, ଜିତା, ଅପରାଜିତା
ରଥର ସାରଥି- ଅର୍ଜୁନ
ରଥ ଦଉଡି ବା ରଜ୍ଜୁ- ସ୍ବର୍ଣ୍ଣଚୂଡ଼
ରଥ ମୁଖ- ବ୍ରହ୍ମକର୍ତ୍ତା
ରଥ ଦେବୀ- ଶ୍ରୀଭୂ
ରଥ ଭୈରବୀ-
ରଥ ଯକ୍ଷ-କଜ୍ଜ୍ବଳିକା
ଗର୍ଭାଧିଶ୍ବର- ଶକ୍ତିଶପ୍ତା, ଜୟା, ବିଜୟା, ଘୋରା, ଅଘୋରା,ସୂକ୍ଷ୍ଣା ଓ ଜ୍ଞାନା
ଋଷି ପଟାରେ- ଭୃଗୁ, ସୁପ୍ରଭ, ବଜ୍ର, ଶୃଙ୍ଗୀ, ଧ୍ରୁବ ଓ ଭଲ୍ଲୁକୁ
ରଥ କୁମ୍ଭ – ଅମୃତା. ଜୀବା, କାୟସ ହ୍ରିଂବୀଜ
ରଥ ଗନ୍ଧର୍ବ- ହା ହା
ଶ୍ରୀଜଗନ୍ନାଥଙ୍କ ରଥ: ନନ୍ଦିଘୋଷ
ରଥର ଅନ୍ୟ ନାମ- ଚକ୍ରଧ୍ବଜ ବା ଗରୁଡ ଧ୍ବଜ
ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୪୨
ରଥର ଉଚ୍ଚତା- ୪୫ ଫୁଟ୍ ୬ ଇଞ୍ଚ
ରଥର ଚକ ସଂଖ୍ୟା- ଷୋଡଶ ସିଦ୍ଧି ଅନୁପାତରେ ୧୬
ରଥ ରକ୍ଷକ- ଇନ୍ଦ୍ର
ରଥାଧୀପ- ବୈନତେୟ
ରଥ ଧ୍ବଜାରେ- ହନୁମାନ
ରଥପାଳ- ଭୈରବ, ନରସିଂହ
ରଥର ଆୟୁଧ- ଶଙ୍ଖ ଓ ଚକ୍ର
ରଥ ଦେବତା- ନୃସିଂହ
ରଥର ଆବରଣ- ପୀତ ଓ ଲୋହିତ(ହଳଦିଆ ଓ ନାଲି କନା)
ରଥର ଅଶ୍ବ ସଂଖ୍ୟା- ୪(ଏମାନଙ୍କ ବର୍ଣ୍ଣ ଧଳା)
ରଥର ଅଶ୍ବ ନାମ- ଶଙ୍ଖ, ବଳାହକ, ଶ୍ବେତ, ହରିଦ୍ବାଶ(ମତାନ୍ତରେ ଏମାନଙ୍କର ନାମ ସୌବ୍ୟ ସୁଗ୍ରୀବ, ମେଘ, ପୁଷ୍ପ, ବଳାହକ)
ରଥର ସାରଥି- ଦାରୁକ
ରଥ ଦଉଡି ବା ରଜ୍ଜୁ- ଶଙ୍ଖଚୁଡ ନାମ୍ନୀ ନାଗୁଣୀ
ରଥ ମୁଖ- ନାନ୍ଦି ମୁଖ
ରଥ ଦେବୀ- ଯୋଗମାୟା
ରଥ ଭୈରବୀ- ଏକପାଦ(ମତାନ୍ତରେ ଘଣ୍ଟାକର୍ଣ୍ଣ)
ରଥ ଯକ୍ଷ- ହର୍ଯ୍ୟକ୍ଷ
ଗର୍ଭାଧିଶ୍ବର- ହିରଣ୍ୟଗର୍ଭା, ଉତ୍କର୍ଷଣୀ-କ୍ରୀୟା, ଯୋଗ, ଆଜ୍ଞା, ଅନୁଜ୍ଞା, ପ୍ରଜ୍ଞା ଓ ମେଧା
ଋଷି ପଟାରେ- ନାରଦ, ଦେବଳ,ବ୍ୟାସ, ଶୁକଦେବ, ପରାଶର, ବଶିଷ୍ଠ, ବିଶ୍ବାମିତ୍ର ଓ ରୁଦ୍ର(ମତାନ୍ତରେ ଏହି ଅଷ୍ଟ ଋଷିଙ୍କ ନାମ ଅମ୍ବରୀଶ, ଜୈମିନୀ, ନାରଦ, ଅଙ୍ଗିରା,ପଣ୍ଡୁ, ମାର୍କଣ୍ଡେୟ, ପୌଲସ୍ତ୍ୟ ଓ ଭାର୍ଗବ)
ରଥ କୁମ୍ଭ- ହିରଣ୍ମୟ

