ଓଡ଼ିଶା ହାଇକୋର୍ଟର ମୁଖ୍ଯ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

ଓଡ଼ିଶା ହାଇକୋର୍ଟର ମୁଖ୍ଯ ବିଚାରପତି ଭାବେ ଆଜି ଶପଥ ନେଲେ  ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ହାଇକୋର୍ଟ ପରିସରରେ ରାଜ୍ୟପାଳ ରଘୁବର ଦାସ ମୁଖ୍ଯ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି । ଶପଥ ପାଠ ଉତ୍ସବରେ ହାଇକୋର୍ଟର ବିଚାରପତି ଓ ହାଇକୋର୍ଟର ଆଇନଜୀବୀ ଉପସ୍ଥିତ ଥିଲେ ।

ଜଷ୍ଟିସ ଶରଣ ସିଂ ପାଟନା ହାଇକୋର୍ଟରେ ବିଚାରପତି ଭାବେ ଦାୟିତ୍ବ ତୁଲାଉଥିଲେ। ୧୯୬୩ ଜାନୁଆରୀ ୨୦ ତାରିଖରେ ଜନ୍ମିତ ଜଷ୍ଟିସ ଶରଣ ସିଂ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିବା ପରେ, ୧୯୯୦ ଜାନୁଆରୀରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ସେ ୨୨ବର୍ଷ ଧରି କାର୍ଯ୍ୟ କରିଛନ୍ତି। ୨୦୧୨ ଏପ୍ରିଲ ୫ ତାରିଖରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ୨୦୨୫ ଜାନୁଆରୀ ମାସରେ ଅବସର ନେବେ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!