୨୦୩୬ ସୁଦ୍ଧା ଓଡ଼ିଶାରେ ୧୦୦ କୋଟିର ୧୦୦ ଷ୍ଟାର୍ଟଅପ୍

ଆଇଆଇଟି ଭୁବନେଶ୍ବରର ଅନୁସନ୍ଧାନ ଓ ଉଦ୍ୟୋଗୀ ପାର୍କ ଓଡ଼ିଶାରେ ୨୦୩୬ ସୁଦ୍ଧା ୧୦୦ କୋଟି ଟଙ୍କା ମୂଲ୍ୟର ୧୦୦ ଷ୍ଟାର୍ଟଅପ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି। ଏହି ଅଭିଯାନକୁ ଚଳିତ ମାସ ୧୧ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବେ। ଏ ସମ୍ପର୍କରେ ସୂଚନା ଦେଇ ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର କହିଛନ୍ତି ଯେ ୧୦୦-କ୍ୟୁବ ଷ୍ଟାର୍ଟଅପ୍ ଅଭିଯାନ ଆରମ୍ଭ କରିବାକୁ ଆମେ ପ୍ରସ୍ତୁତ ରହିଛୁ।

ସେହି ଲକ୍ଷ୍ୟ ହାସଲ କରିବା ଲାଗି ଆମ ପାର୍କ ପକ୍ଷରୁ ଆବଶ୍ୟକ ସମ୍ବଳ, ମେଣ୍ଟରସିପ୍, ସିଡ୍ କ୍ୟାପିଟାଲ୍ ଏବଂ ନିବେଶକଙ୍କ ସହ ଯୋଡ଼ିହେବା ଭଳି ସୁବିଧା ପ୍ରଦାନ କରାଯିବ। ବର୍ତମାନ ପାର୍କ ୨୦,୦୦୦ ବର୍ଗଫୁଟରେ ଥିବା ବେଳେ ତାହା ଆସନ୍ତା ଦୁଇ ବର୍ଷରେ ୮୦,୦୦୦ ବର୍ଗଫୁଟକୁ ସମ୍ପ୍ରସାରିତ ହେବ। ଏଥିପାଇଁ ଶିକ୍ଷା ମନ୍ତ୍ରଣାଳୟ ୧୩୦ କୋଟି ଟଙ୍କା ପ୍ରଦାନ କରିଛି।

ସେ କହିଛନ୍ତି ଯେ ଚଳିତ ମାସ ୧୧ରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଏକ ବୈଷୟିକ କର୍ମଶାଳା ଅନୁଷ୍ଠିତ ହେବ ଯେଉଁଥିରେ ଶିଳ୍ପପତି, ଷ୍ଟାର୍ଟଅପ୍, ଭେଞ୍ଚର କ୍ୟାପିଟାଲିଷ୍ଟ୍ମାନେ ଅଂଶଗ୍ରହଣ କରିବେ। ସେହିଦିନ ୨୦ଟି ଶିଳ୍ପ, ୩୦ ଷ୍ଟାର୍ଟଅପ୍ ଓ ୩୦ ଭେଞ୍ଚର କ୍ୟାପିଟାଲିଷ୍ଟ୍ଙ୍କ ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ୧୫୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମ୍କୁ ମଧ୍ୟ ଉଦ୍ଘାଟନ କରିବେ ଏବଂ ୪୫୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ।

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!