ଟିପିସିଓଡିଏଲର ନୂତନ ସିସିସି ଉଦଘାଟିତ

ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍)ର ୧୯ତମ ଗ୍ରାହକ ସେବା କେନ୍ଦ୍ର(ସିସିସି) ନିମାପଡ଼ାଠାରେ ଉଦ୍ଘାଟିତ ହୋଇଯାଇଛି। ବିଶେଷକରି ଟିପିସିଓଡିଏଲ୍ର ନିମାପଡ଼ା ଡିଭିଜନର ସମସ୍ତ ଗ୍ରାହକଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ କରିବା ଲାଗି କମ୍ପାନୀର ରହିଥିବା ପ୍ରତିବଦ୍ଧତା ସ୍ବରୂପ ସିସିସିର ଶୁଭାରମ୍ଭ କରାଯାଇଛି।

ସେହିଭଳି ତାଲିମପ୍ରାପ୍ତ କର୍ମଚାରୀମାନଙ୍କ ଏକ ଟିମ୍ ଦ୍ୱାରା ଉକ୍ତ ସିସିସି ପରିଚାଳିତ ହେବ। ଏପରିକି ଉକ୍ତ ଗ୍ରାହକ ସେବା କେନ୍ଦ୍ରରେ ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ, ମାସିକ ବିଲ୍ ପ୍ରଦାନ, ଗ୍ରାହକଙ୍କ ପ୍ରଶ୍ନ ଓ ସମସ୍ୟାଗୁଡ଼ିକର ସମାଧାନ ସମେତ ଅନ୍ୟାନ୍ୟ ଗ୍ରାହକ ସମ୍ପର୍କିତ ସେବାଗୁଡ଼ିକ ମଧ୍ୟ ପ୍ରଦାନ କରାଯିବ।

ଅପରପକ୍ଷରେ ନିମାପଡ଼ାସ୍ଥିତ ଗ୍ରାହକ ସେବା କେନ୍ଦ୍ର ମୁଖ୍ୟତଃ ଏହି ଅଳରେ ବାସ କରୁଥିବା ଗ୍ରାମୀଣ ଗ୍ରାହକମାନଙ୍କ ଆବଶ୍ୟକତାକୁ ପୂରଣ କରିବ। ଉତ୍ତମ ଗ୍ରାହକ ସେବା ପ୍ରଦାନ କରିବା ଲାଗି ଏହି ଗ୍ରାହକ ସେବା କେନ୍ଦ୍ରରେ ଉନ୍ନତ ମାନର ସୁବିଧାସୁଯୋଗ ଯଥା କେନ୍ଦ୍ରକୁ ଆସୁଥିବା ଗ୍ରାହକଙ୍କ ସୁଚାରୁ ରୂପେ ପରିଚାଳନା ପାଇଁ ଧାଡ଼ି ପରିଚାଳନା ବ୍ୟବସ୍ଥା, ଏକ ସେଲ୍ଫ ହେଲ୍ପ କିଓସ୍କ ଏବଂ ସେବା ଉପରେ ଗ୍ରାହକମାନଙ୍କ ମତାମତ ସଂଗ୍ରହ କରିବା ଲାଗି ଏକ ଫିଡ୍ବ୍ୟାକ୍ ଟ୍ୟାବ୍ ଓ ପରାମର୍ଶ ବାକ୍ସ ରହିଛି।

ଅନ୍ଲାଇନ ପେମେଣ୍ଟ ବିକଳ୍ପ, ସୁରକ୍ଷା ଓ ଅନ୍ୟାନ୍ୟ ସ୍କିମ୍ ବିଷୟରେ ଗ୍ରାହକମାନଙ୍କୁ ଅବଗତ କରିବା ଲାଗି ଉକ୍ତ କେନ୍ଦ୍ରରେ ଏକ ଟିଭି ସ୍କ୍ରିନ୍ର ବ୍ୟବସ୍ଥା ମଧ୍ୟ ରହିଛି।

ଏ ସମ୍ପର୍କରେ ଟିପିସିଓଡିଏଲ୍ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଗ୍ରାହକମାନଙ୍କୁ ଉତ୍ତମ ଅନୁଭୂତି ପ୍ରଦାନ କରିବା ଲାଗି ଆମେ ନିମାପଡ଼ାଠାରେ ଏକ ନୂତନ ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟନ କରିଛୁ ବୋଲି ସିଂହ ମତପ୍ରକାଶ କରିଛନ୍ତି।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!