ୟୁଟ୍ୟୁବର ବ୍ଲଗରଙ୍କୁ ହାଣି ହାଣି ହତ୍ୟା

ରାଜଧାନୀରେ ଗଡ଼ିଲା ମୁଣ୍ଡ। ୟୁଟ୍ୟୁବର ବ୍ଲଗରଙ୍କୁ ହାଣି ହାଣି ହତ୍ୟା। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଘଟିଛି ହତ୍ୟାକାଣ୍ଡ। ମୃତକ ଜଣକ ହେଲେ ରାହୁଲ ମହାରଣା। ଶନିବାର ରାତି ପ୍ରାୟ ୧୧ଟା ୧୫ରେ ୪ରୁ ୫ ଜଣ ରାହୁଲଙ୍କୁ ଛୁରି ଭୁସି ହତ୍ୟା କରିଥିବା ଜଣାପଡ଼ିଛି । ସଂପୃକ୍ତ ଯୁବକଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତୁରନ୍ତ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ ନିଆ ଯାଇଥିଲା। ପରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ସ୍ଥାନନ୍ତର କରାଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଶନିବାର ସକାଳେ ବିହାରୀ ଗୋଷ୍ଠୀର କିଛି ଯୁବକଙ୍କ ସହ ରାହୁଲଙ୍କର ପୁଣି ବଚସା ହୋଇଥିଲା । ଏହାପରେ ବିହାରୀ ଗୋଷ୍ଠୀର କିଛି ଯୁବକ ସନ୍ଧ୍ୟାରେ ମଦ ପିଇ ରାହୁଲଙ୍କୁ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

ରାହୁଲ ତାଙ୍କର ସାଙ୍ଗଙ୍କ ସହ ପଡ଼ିଆରେ ବସିଥିବା ବେଳେ ଖଣ୍ଡା, ଛୁରି ଧରି ବିହାରୀ ଗୋଷ୍ଠୀ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଦେଇଥିଲେ। ରାହୁଲ୍‌ ଜୀବନ ବଞ୍ଚାଇବାକୁ ଦୌଡ଼ିବାରୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ଓ ଛୁରି ଭୁସି ଦେଇଥିଲେ। ଗତ ଦୁଇମାସ ତଳେ ରାହୁଲଙ୍କର ବିବାହ ହୋଇଥିଲା ।

Post Views16 Total Count

Apply Now


This will close in 0 seconds

error: Content is protected !!