ସୁକିନ୍ଦା ଖଣି ଅଞ୍ଚଳର ଜୀବନରେଖା କୁହାଯାଉଥିବା ଟମକା-ମଙ୍ଗଳପୁର ରାସ୍ତାକୁ ଚାରି ଥାକିଆ କରିବା ପାଇଁ ବହୁ ଦିନର ଯୋଜନା ଆଜି ସଫଳ ହୋଇଛି । ୨୦୧୬ରେ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି ଗଠନର ପ୍ରଥମ ପ୍ରକଳ୍ପ ଭାବେ ନିଆଯାଇଥିବା ଏହି ଚାରି ଥାକିଆ ରାସ୍ତା ଲିଛି ପ୍ରସ୍ତର ସ୍ଥାପନ ହୋଇ କାର୍ଯ୍ୟ ଆରମ୍ଭ ହୋଇଛି।

ବହୁ ଦିନର ଅନ୍ତ ଘଟାଇ ଗୁରୁବାର ଦିନ ସାରୁଆଦିଲ ଠାରେ ଖଣି, ଇସ୍ପାତ ଓ ପୂଇଁ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ମୁଖ୍ୟ ଅତିଥୁ ଯୋଗ ଦେଇ ଏହାର ଶିଳାନ୍ୟାସ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ଏକ ସାଧାରଣ ସଭାରେ ସୁକିନ୍ଦା ରିକିୟନ କ୍ରୋମାଇଟା ଖାଦାନ ମଜଦୁର ସଂଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ରଧର ଅଧ୍ୟକ୍ଷତା କରିଥିଲେ।
ପୂର୍ଣ ବିଭାଗର ମୁଖ୍ୟ ଯନ୍ତ୍ରୀ ଇଂ ମନୋରଞ୍ଜନ ମିଶ୍ର ପ୍ରଥମ ପର୍ଯ୍ୟାୟରେ ୨୫.୫ କିଲୋମିଟର ରାସ୍ତା ୧୧୭ କୋଟି ବ୍ୟୟରେ ଆଧୁନିକ ପ୍ରଣାଳୀରେ ନିର୍ମାଣ ହେବ ବୋଲି ସୂଚନା ଦେଇଥିଲେ।ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନଘଡ଼ାଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁକିନ୍ଦାର ବିକାଶ ଧାରାରେ ଟମକା- ମଙ୍ଗଳପୁର ରାସ୍ତା ଯୋଡ଼ି ହୋଇଥିବାରୁ ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଦେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।

ଏହି ରାସ୍ତା କାର୍ଯ୍ୟକୁ ୨୦୨୨ ମାର୍ଚ୍ଚ ୧୬ତାରିଖ ଚୁକ୍ତି ଅନୁସାରେ ଶ୍ରୀ ଦୁର୍ଗା କଣ୍ଡେବ ପ୍ରାଇଭେଟ୍ ଲିମିଟେଡ୍କୁଦୁଇ ବର୍ଷ ସମୟ ଅବଧ୍ୟରେ ସାରିବାକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। କିନ୍ତୁ ଜମି ଅଧଗ୍ରହଣ ଓ ଜଙ୍ଗଲ ବିଭାଗର ପ୍ରତିବନ୍ଧକ ଯୋଗୁ ଏଥରେ ବିଳମ୍ବ ଘଟିଥିବା ପୂଇଁ ବିଭାଗ ପକ୍ଷରୁ କୁହାଯାଇଛି।ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିରୁ ପ୍ରଥମ କାର୍ଯ୍ୟଭାବେ ଏହି ରାସ୍ତା ନିର୍ମାଣ କରିବା ନିମନ୍ତେ ପୂର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ନେତୃତ୍ଵରେ ଅଞ୍ଚଳର ଜନପ୍ରତିନିଧୁମାନେ ଦାବି କରିଥିଲେ।

ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଆଜି ଭିରି ପ୍ରସ୍ତର ସ୍ଥାପନ ହୋଇଥିବାରୁ ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡ଼ାଇ ଓ ବର୍ତ୍ତମାନର ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଳକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ଉପାଧ୍ୟକ୍ଷ ଭାଗ୍ୟଶ୍ରୀ ରାଉତ, ୩୭ ନଂ କୋନ ଜିଲ୍ଲା ପରିଷଦ ସଭ୍ୟ ଜେମା ଚାଖୁ, ବ୍ଳକ ସଭାପତି ବିବେକାନନ୍ଦ ବୋଷ, ପୂର୍ବତନ ବ୍ଳକ ଅଧ୍ୟକ୍ଷା ଭଗବତୀ ମହାନ୍ତ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ପାତ୍ର, ଶ୍ରମିକ ନେତା ଜଗିତ ମହାନ୍ତ, ପୂର୍ବତନ ସରପଞ୍ଚ ବିଶ୍ଵଜିତ ମହାନ୍ତି ପ୍ରମୁଖ ଉଦ୍ବୋଧନ ଦେଇ ସରକାରଙ୍କର ଲୋକାଭିମୁଖ୍ୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମରେ ପୂର୍ଭ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଜନ ପ୍ରତିନିଧୁମାନେ ଯୋଗ ଦେଇଥିଲେ।

