ଅନୁପମ ଶାହଙ୍କୁ ଅତିରିକ୍ତ ଭାବେ ଶ୍ରମ କମିଶନର ଦାୟିତ୍ୱ

ଓପେସା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ୨୦୧୨ ବ୍ୟାଚ୍ ଆଇଏଏସ୍ ଅନୁପମ ଶାହଙ୍କୁ ଅତିରିକ୍ତ ଭାବେ ଶ୍ରମ କମିଶନର ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀ ଶାହ ପୂର୍ବଭଳି ‘ମୋ ସ୍କୁଲ’ କାର୍ଯ୍ୟକ୍ରମର ସଦସ୍ୟ ସଚିବ ଦାୟିତ୍ୱ ତୁଲାଇବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି। ଏହି ବିଜ୍ଞପ୍ତି ସମ୍ପର୍କରେ ରାଜ୍ୟ ସରକାର ଜାତୀୟ ନିର୍ବାଚନ କମିଶନଙ୍କ ପ୍ରମୁଖ ସଚିବ ରାହୁଲ ଶର୍ମାଙ୍କୁ ଅବଗତ କରାଇଛନ୍ତି। ଆଗାମୀ ସାଧରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ବିଭାଗରେ ଅଦଳ ବଦଳ କରାଯାଉଛି। ଏହାସହ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଧିକାରୀଙ୍କ ସଂଖ୍ୟାବୃଦ୍ଧି ଓ ଦକ୍ଷ ଅଧିକାରୀ ନିଯୁକ୍ତିକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
୨୦୦୯ ବ୍ୟାଚ୍ ଆଇଏଏସ୍ ଡ. ଏନ୍ ଥିରୁମାଳା ନାଏକଙ୍କୁ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ(ଅତିରିକ୍ତ ସିଇଓ) ଭାବେ ବଦଳି କରାଯାଇଛି। ରାଜ୍ୟ ଶ୍ରମ କମିଶନର ତଥା ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶକ ଥିବା ଡ. ନାଏକଙ୍କୁ ମଙ୍ଗଳବାର ରାଜ୍ୟ ସରକାର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ବଦଳି କରିଛନ୍ତି। ଥିରୁମାଳାଙ୍କ ବଦଳି ପରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ପଦବୀକୁ ରାଜ୍ୟ ସରକାର ଆଇଏଏସ୍ କ୍ୟାଡର୍ରେ ଅତିରିକ୍ତ ସଚିବଙ୍କୁ ମିଳୁଥିବା ସୁବିଧା ଓ ଦାୟିତ୍ୱ ସମକକ୍ଷ ଘୋଷଣା କରିଛନ୍ତି।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!