କଫି ଉଇଥ୍ କରଣ’ର ଏକ ଏପିସୋଡ୍ରେ କିଆରା ଆଡ୍ଭାନିଙ୍କ ସହ ଭିକି ଯିବା ପରେ ତାଙ୍କୁ ତାଙ୍କ ଶଶୁରଘର ଲୋକଙ୍କୁ କିପରି ରାଜ କରିବାକୁ ପଡ଼ିଥିଲା ବୋଲି ଏକ ପ୍ରଶ୍ନ ପଚରା ଯାଇଥିଲା। ଯାହାର ଉତ୍ତରରେ ଭିକି କହିଛନ୍ତି, ‘‘କ୍ୟାଟ୍ରିନାଙ୍କ ସଂହ ସଂପର୍କରେ ଥିବା ସତ୍ତ୍ବେ ବି ମୁଁ ବର୍ଷେ ପର୍ଯ୍ୟନ୍ତ ନିଜ ଶଶୁରଘର ଲୋକଙ୍କୁ ଭେଟି ପାରିନଥିଲି। କାରଣ ସେ ସମୟରେ କୋଭିଡ୍ ଚାଲିଥାଏ।’’
ଭିକି ଆହୁରି ବି କହିଛନ୍ତି, ‘‘ମୁଁ ବିବାହର ୧ ସପ୍ତାହ ପୂର୍ବରୁ ହିଁ ସେମାନଙ୍କୁ ଭେଟିଲି। ମୋ ଘରେ ଏକ ପାର୍ଟି ଥିଲା। ଆମେ ସମସ୍ତେ ପିଇଥିଲୁ ଓ ନାଚୁଥିଲୁ। ପରସ୍ପରଙ୍କୁ ଭେଟିବାର ୨ ଘଣ୍ଟା ପରେ ଆମେ ଚଟାଣରେ ନାଚିବାକୁ ଲାଗିଲୁ।’’ ଭିକି ଓ କ୍ୟାଟ୍ରିନା ୨୦୨୧ ମସିହାରେ ବିବାହ କରିଥିଲେ। ଦୁହିଁଙ୍କ ବିବାହରେ କେବଳ ପରିବାର ଓ ସଂପର୍କୀୟମାନେ ଉପସ୍ଥିତ ଥିଲେ।

