ଚର୍ଚ୍ଚାରେ ବଲିଉଡ ବିୟୁଟି ରକୁଲ ପ୍ରୀତ ସିଂ ।ତାଙ୍କ ଅପକମିଂ ପିଲ୍ମ ଆଇ ଲଭ୍ ୟୁ’କୁ ନେଇ ବେଶ୍ ଚର୍ଚ୍ଚାରେ । ଏହି ଫିଲ୍ମର ସୁଟିଂ ବେଳେ ରକୁଲଙ୍କୁ ୧୪ ଘଣ୍ଟା ପାଣିରେ ରହିବାକୁ ପଡ଼ିଛି। ରକୁଲ କହିଛନ୍ତି ଅଣ୍ଡର ଓ୍ବାଟରରେ ଶୁଟିଂ କରିବା ମୋ ପାଇଁ ଏକ ଚ୍ୟାଲେଞ୍ଜିଂ ଥିଲା ।ଏହି କଥା ନିଜେ ରକୁଲ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫିଲ୍ମରେ ରହିଛି ଭରପୁର ଲଭ୍ ସସ୍ପେନ୍ସ ଏବଂ ଥ୍ରିଲର । ୧୬ ଜୁନ୍ରେ ଜିଓ ସିନେମାରେ ଏହି ଫିଲ୍ମ ଏହାର ଡିଜିଟାଲ ପ୍ରିମିୟର୍ ପାଇଁ ପ୍ରସ୍ତୁତ ହୋଇଛି। ପ୍ରେମ, ବିଶ୍ୱାସଘାତକତା ଏବଂ ପ୍ରତିଶୋଧର କାହାଣୀ ଏଥିରେ ରହିଛି। ଓଟିଟିରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମରେ ପ୍ରେମକୁ ନେଇ ଉତ୍ସାହ ରହିଛି।

