ରାଜ୍ୟ ବାଣିଜ୍ଯ ଓ ପରିବହନ ବିଭାଗର ରିପୋର୍ଟ କାର୍ଡ adminApril 1, 2024 ବାଣିଜ୍ୟ ଓ ପରିବହନ ବିଭାଗର ସମୀକ୍ଷା ନେଇ ମନ୍ତ୍ରୀ ଟୁକୁନି ସାହୁ ତଥ୍ୟ ରଖିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ । ବିଗତ ଚାରି ବର୍ଷରେ ବିଭିନ୍ନ କ୍ଷେତ୍ରରେ ବାଣିଜ୍ଯ ଓ ପରିବହନର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ ମନ୍ତ୍ରୀ । ୨୦୧୯ ସେପ୍ଟେମ୍ବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଆର.ଟି.ଓ.ଗୁଡିକୁ ଦଲାଲମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡିକରେ ସୂଚନା କିୟ ଓ ସ୍ମାର୍ଟ କ୍ୟୁ ପରିଚାଳନା ବ୍ୟବସ୍ଥା ସ୍ଥାପନ କରିଆରେ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତିବିଶେଷଙ୍କର ମୂଲ୍ୟବାନ ସମୟ ରକ୍ଷା ହେବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରୁଛି । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏକ ପ୍ରଥମ ପ୍ରତିକ୍ରିୟା କାରୀ ତାଲିମ କାର୍ଯ୍ୟକ୍ରମ ରକ୍ଷକ ପରିକଳ୍ପନା କରିଛନ୍ତି । ଯେଉଁଥିରେ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ବାସ କରୁଥିବ ୩୦ ହଜାର ପ୍ରଥମ ପ୍ରତିକ୍ରିୟାକାରୀଙ୍କୁ ତାଲିମ ପ୍ରଦାନ କରି ସଶକ୍ତ କରାଯାଉଛି । ସେହିଭଳି, ଭାରୀଜାନ ଚାଳକମାନଙ୍କୁ ଅଧିକ ଦକ୍ଷ କରିବା ଉଦ୍ଦେଶ୍ୟରେ ପାଳପୁର ଛତିଆସ୍ଥିତ ଭାରୀଯାନ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟର ଭାରୀଯାନ ଚାଳକଙ୍କ ପାଇଁ ଏକ ରିଫ୍ରେସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ବାହକ’ ଆରମ୍ଭ କରାଯାଇଛି । ‘ବାହକ’ କାର୍ଯ୍ୟକ୍ରମରେ ଏପ୍ରିଲ ମାସରେ ଜାରୀଯାନ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଛଡିଆରେ ପ୍ରାୟ ୧,୬୯୮ ଜଣ ଡ୍ରାଇଭରଙ୍କୁ ତାଲିମ ଦିଆଯାଇଥିବା ବେଳେ ‘ରକ୍ଷକ’ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୧,୯୦୭ ଜଣ ପ୍ରଥମ ପ୍ରତିକ୍ରିୟାକାରୀଙ୍କୁ ତାଲିମ ଦିଆଯାଇଛି । ରେଳ ସଂଯୋଗ ବିହୀନ ଜିଲ୍ଲାଗୁଡ଼ିକୁ ରେଳ ସଂଯୋଗୀକରଣ ପାଇଁ ଚାଲିଥିବା ବିଭିନ୍ନ ପ୍ରକଳ୍ପ ସମେତ ମନ୍ଥର ଗତିରେ ଚାଲୁଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଶେଷ କରିବା ଦିଗରେ ସହୟତା ଯୋଗାଇଦେବା ପାଇଁ ଆଗେଇ ଆସିଛନ୍ତି । ୨୦୦୪ ମସିହାରେ ଓଡ଼ିଶା ବନ୍ଦର ନୀତିରେ ୧୪ଟି ସମ୍ଭାବ୍ୟ ସ୍ଥାନକୁ ଅଣ-ପ୍ରମୁଖ ବନ୍ଦର ଭାବେ ଚିହ୍ନଟ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମେକ୍ ଇନ୍ ଓଡ଼ିଶା କନ୍କ୍ଳେଜ୍-୨୦୨୨ ରେ ଓଡ଼ିଶା ବନ୍ଦର ନୀତି-୨୦୨୨ର ଶୁଭାରମ୍ଭ କରାଯାଇଥିଲା, ଯେଉଁଥରେ କ୍ୟାପ୍ଟିଭ୍ ଜେଟି, ଅଣ-ପ୍ରମୁଖ ବନ୍ଦର ଏବଂ ଅଣ-ଜାତୀୟକରଣ ଆଭ୍ୟନ୍ତରୀଣ ଜଳପଥର ବିକାଶ ଭଳି କ୍ଷେତ୍ର ସାମିଲ ଥିଲା ।ଏହାସହ ଭୁବନେଶ୍ୱର ଓ ଦୁବାଇ ସିଙ୍ଗାପୁର ବ୍ୟାଙ୍କକ ମଧ୍ୟରେ ରାଜ୍ୟ ସମର୍ଥିତ ସିଧାସଳଖ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆଦି ବିଭାଗର ଉଲ୍ଲେଖନୀୟ ସଫଳତା ବୋଲି ମନ୍ତ୍ରୀ କହିଛନ୍ତି । 79 Total Count
ହୀରାଖଣ୍ଡ ଏକ୍ସପ୍ରେସ ବଗି ଛିଣ୍ଡି ହେଲା ଦୁଇଖଣ୍ଡ ହୀରାଖଣ୍ଡ ଏକ୍ସପ୍ରେସ ବଗି ଛିଣ୍ଡି ହେଲା ଦୁଇଖଣ୍ଡ । ଜଗଦଲପୁର-କୋଟପାଡ ମଝିରେ ଘଟଣା ଘଟି ଅଟକିଛି ହୀରାଖଣ୍ଡ । ଖବର… June 22, 2025
୨୫ ମିଟର ପିସ୍ତଲ ବର୍ଗରେ ଭାରତକୁ ସ୍ୱର୍ଣ୍ଣ ପଦକ ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ।ଏପର୍ଯ୍ୟନ୍ତ ଭାରତକୁ ୪ଟି ସୁନା , ୫ଟି ରୌପ୍ୟ ଓ ୭ଟି… April 1, 2024
ଓଡ଼ିଆରେ ନାମଫଳକ ନଲେଖିଲେ ୫୦୦ ଟଙ୍କା ଜରିମାନା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ ଭାଷାଗତ ଐତିହ୍ୟକୁ ପ୍ରୋତ୍ସାହନ ଓ ସଂରକ୍ଷଣ କରିବା ପାଇଁ ରାଜ୍ୟ ସରକାର ଦୃଢ଼ ପ୍ରତିବଦ୍ଧତାକୁ… August 6, 2025