ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଇବ ରୟାଲ ଗ୍ରୁପ୍

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ସମ୍ପର୍କରେ ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ରୟାଲ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଶନ୍ସ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଜୁନ୍ ୨ରେ ବାଲେଶ୍ୱର ଜିଲାର ବାହାନଗାଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସେମାନଙ୍କ ପିଲାମାନଙ୍କୁ ରୟାଲ ଗ୍ରୁୁପ ଅଫ୍ ଇନ୍ଷ୍ଟିଚ୍ୟୁଶନ୍ସ ମାଗଣାରେ ପାଠ ପଢାଇବାକୁ ଘୋଷଣା କରିଛି।

ବିଶେଷ କରି ଗ୍ରୁପର ଭୁବନେଶ୍ୱରରେ ଥିବା ରୟାଲ କଲେଜ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି, ରୟାଲ ପବ୍ଲିକ ସ୍କୁଲ ଏବଂ ବାଲେଶ୍ୱରର ମଇତାପୁରଠାରେ ଥିବା ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲରେ ପାଠ ପଢାଇବାକୁ ଘୋଷଣା କରାଯାଇଛି।

ଏପରିକି ରେଳ ଦୁର୍ଘଟଣାରେ ଉଭୟ ମାତା ପିତା କିମ୍ବା କେବଳ ପିତା ଏବଂ ମାତାଙ୍କୁ ହରାଇଥିବା ପିଲାମାନେ ଶିକ୍ଷା ଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କରୁଥିଲେ ଗ୍ରୁପ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମରେ ସେମାନଙ୍କ ଯୋଗ୍ୟତା ଅନୁସାରେ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ରୟାଲ ଗ୍ରୁୁପ ଅଫ୍ ଇନ୍ଷ୍ଟିଚ୍ୟୁଶନ୍ସର ଚେୟାରମ୍ୟାନ ଡ. ବିଷ୍ଣୁମୋହନ ମହାନ୍ତି ସୂଚନା ଦେଇଛନ୍ତି।

ଅପରପକ୍ଷରେ ଆଶାୟୀ ଛାତ୍ରୀଛାତ୍ର ଓ ଅଭିଭାବକ ଓ ଅନ୍ୟମାନେ ଏଥିପାଇଁ ରୟାଲ ଗ୍ରୁୁପ ଅଫ୍ ଇନ୍ଷ୍ଟିଚ୍ୟୁଶନ୍ସ ସହ ଯୋଗାଯୋଗ କରିପାରିବେ ବୋଲି ଏକ ଖବରଦାତା ସମ୍ମିଳନୀରେ ରୟାଲ ଗ୍ରୁୁପ ଅଫ୍ ଇନ୍ଷ୍ଟିଚ୍ୟୁଶନ୍ସର ଚେୟାରମ୍ୟାନ୍ ଡ. ବିଷ୍ଣୁମୋହନ ମହାନ୍ତି, ଭାଇସ୍ ଚେୟାରମ୍ୟାନ ମିଲନ୍ ମହାନ୍ତି ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!