ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୦ କୋଟି ଦେଲା ଓସିପିଏଲ୍‌

ରାଜ୍ୟ ସରକାରଙ୍କ କୋଇଲା ଉଦ୍ୟୋଗ ଓଡ଼ିଶା କୋଲ୍ ଆଣ୍ଡ୍‌ ପାୱାର ଲିମିଟେଡ୍‌ (ଓସିପିଏଲ୍‌) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଡ଼ି ହୋଇଥିବା ବେଳେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଓସିପିଏଲ୍‌ର ସିଇଓ ସାରିପୁତ୍ତ ମିଶ୍ର ଚେକ୍ ହସ୍ତାନ୍ତର କରିଛନ୍ତି।

ଓସିପିଏଲ୍‌ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ପାୱାର ପ୍ଲାଣ୍ଟ୍‌ଗୁଡ଼ିକୁ କୋଇଲା ଯୋଗାଇଦେଉଛି।

ଏହାର ମନୋହରପୁର କୋଇଲା ଖଣି ପଞ୍ଚତାରକା ମାନ୍ୟତା ହାସଲ କରିଛି। ସାମାଜିକ କଲ୍ୟାଣ କ୍ଷେତ୍ରରେ ଏହା ମହିଳା ଓ ଯୁବଗୋଷ୍ଠୀଙ୍କ ପାଇଁ ଏବଂ ଖଣି ନିକଟସ୍ଥ ଗ୍ରାମରେ ଉନ୍ନୟନମୂଳକ କାର୍ଯ୍ୟ କରୁଛି।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!