ଇଭୋସ୍‌ ବିଲ୍ଡକନ୍‌-ସେରୋ ପ୍ରପର୍ଟିଜ୍ ସହବନ୍ଧନ

ବିଶ୍ବରେ ୧୨ଟି ଦେଶରେ ବାସ କରୁଥିବା ଓଡ଼ିଆମାନଙ୍କୁ ନିଜ ରାଜ୍ୟରେ ଘର କିଣିବା ସୁଯୋଗ ଦେବା ଲାଗି ଇଭୋସ୍‌ ବିଲ୍ଡକନ୍‌ ପକ୍ଷରୁ ଦୁବାଇର ସେରୋ ପ୍ରପର୍ଟିଜ୍ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଭୁବନେଶ୍ବର ଓ ପୁରୀରେ ଇଭୋସ୍‌ ବିଲ୍ଡକନ୍‌ର ରହିଥିବା ପ୍ରକଳ୍ପଗୁଡ଼ିକରେ ପ୍ରବାସୀ ଓଡ଼ିଆମାନେ ଘର କିଣିପାରିବେ। ସେମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ଓ ଘର କିଣିବାରେ ସେରୋ ପ୍ରପର୍ଟିଜ୍ ସହଯୋଗ କରିବ।

ଇଭୋସ୍‌ ବିଲ୍ଡକନ୍‌ର ମୁଖ୍ୟ କଳିଙ୍ଗ କେଶରୀ ରଥ ଓ ସେରୋ ପ୍ରପର୍ଟିଜ୍‌ର ପ୍ରତିଷ୍ଠାତା ଅନିଲ ଦାସ ଓ ଶୀତଲ ଯୋଶୀଙ୍କ ଉପସ୍ଥିତିରେ ଉଭୟ ସଂସ୍ଥା ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।

ଏହି ଅବସରରେ ଇଭୋସ୍‌ର ମୁଖ୍ୟ ଶ୍ରୀ ରଥ କହିଛନ୍ତି ଯେ ପ୍ରବାସୀ ଓଡ଼ିଆମାନଙ୍କୁ ଆମେ ସେମାନଙ୍କ ପସନ୍ଦର ଘର ଯୋଗାଇଦେବୁ। ଘରର ଡିଜାଇନ କରିବା ଲାଗି ବିଶ୍ବର ଅଗ୍ରଣୀ ସ୍ଥପତି ସଞ୍ଜୟ ପୁରୀଙ୍କ ସହ ଆମେ ସହଯୋଗିତା ସ୍ଥାପନ କରିଛୁ।

ବିଶ୍ବର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆଙ୍କ ପସନ୍ଦ ଅନୁସାରେ ଘର ତିଆରି କରିବା ଲାଗି ସେ ଡିଜାଇନ୍ ପ୍ରଦାନ କରିବେ। ୟୁରୋପ, ଆମେରିକା ଏବଂ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ ବାସ କରୁଥିବା ଓଡ଼ିଆଙ୍କ ପାଖରେ କଂପାନି ପହଞ୍ଚିବାକୁ ଯୋଜନା ରଖିଛି।

ବର୍ତ୍ତମାନ ଇଭୋସ୍‌ ବିଲ୍ଡକନ୍‌ର ୧୬ ଲକ୍ଷ ବର୍ଗଫୁଟରେ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ୫୦ ଲକ୍ଷ ବର୍ଗଫୁଟରେ କଂପାନି ୬ଟି ନୂଆ ପ୍ରକଳ୍ପ ଆରମ୍ଭ କରିବ। ମୋଟ ଉପରେ ୨୦୦୦ ୟୁନିଟ୍‌ ଘର ନିର୍ମାଣ କରିବାକୁ କଂପାନି ଯୋଜନା ରଖିଛି। ନୂଆ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ୫-୭ ବର୍ଷ ମଧ୍ୟରେ ଶେଷ ହେବ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!