ଖୋଲିବ ପ୍ରଭାବଶାଳୀ ପଲଟିକାଲ ଲିଙ୍କ୍ !

ରାଜଧାନୀର ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା-ଅନୀଲଙ୍କ ଖୋଲୁଛି ପାଣ୍ଡୋରା ପେଡ଼ି। ପୋତା କେତେ-ଉଭା କେତେ, ୧୨ ଦିନର ଖାଳତାଡ଼ ଭିତରେ ଟେରା କରିଛି ସମ୍ପତ୍ତିର ପରିମାଣ। ନାମୀ ଦାମୀ ସାତ ସାତଟି ବିଳାସମୟ ଦାମୀ କାର୍ ସହ ମିଳିଲାଣି ଶହେ କୋଟିରୁ ଅଧିକ ସମ୍ପତ୍ତିର ସୁରାଗ୍। ହେଲେ ‘ଚାର୍ ଶୋ ବିଶ୍’ ଯୋଡ଼ିଙ୍କ ଚିତାକଟା ସିଣ୍ଡିକେଟ ପଛରେ କିଏ ? ଲାଗିରହିଥିବା ରହସ୍ୟ ଭିତରେ ଆଗକୁ ନୂଆ ଚେହେରା ସାମ୍ନାକୁ ଆସିବେ ବୋଲି ସିପିଙ୍କ ଇସାରା ପରେ ବଢ଼ିଲା ଚର୍ଚ୍ଚା ।

ଠକ ଯୋଡ଼ି ହଂସିତା-ଅନୀଲଙ୍କ ଚିତାକଟା ନେଟୱାର୍କର ପଲିଟିକାଲ୍ ଲିଙ୍କ୍ ସାମ୍ନାକୁ ଆସିବ କି? ଚର୍ଚ୍ଚାରେ ଥିବା ଦୁଇ ଦୁଇ ଜଣ ପୂର୍ବତନ ମନ୍ତ୍ରୀ ଓ ଜଣେ ବିଧାୟକଙ୍କ ମୁଖା ଖୋଲିବ କି କମିଶନରେଟ୍ ପୋଲିସ ? ଫିଟିବ କି ଖଣି ମାଫିଆ, ଠିକାଦାର, ମଦ ମାଫିଆଙ୍କ ଭଳି ବଳଶାଳୀ ଏବଂ ପ୍ରଭାବଶାଳୀଙ୍କ ଗୁପ୍ତ ପଞ୍ଜିକା ? ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂଙ୍କ ଇସାରା ପରେ ବଢ଼ିଲା ଚର୍ଚ୍ଚା। କାରଣ ଏ ଚିତାକଟା ଯୋଡ଼ି, ଯିଏ ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ। ଆଉ ଠୁଳ କରିଥିଲେ ଗାଡ଼ିଘୋଡ଼ା ସହ କୋଠାବାଡ଼ି।

 

Post Views18 Total Count

Apply Now


This will close in 0 seconds

error: Content is protected !!