ଦୀପାଳି ଦାସ ଓ ତାଙ୍କ ଭାଇ ଆକାଶ ଦାସଙ୍କୁ କାଉଣ୍ଟର କରିଛି ବିଜେପି

ଦୀପାଳି ଦାସ ଓ ତାଙ୍କ ଭାଇ ଆକାଶ ଦାସଙ୍କୁ କାଉଣ୍ଟର କରିଛି ବିଜେପି। ବାପା ନବ କିଶୋର ଦାସ ହତ୍ୟା ବେଳେ କାହିଁକି ଓ କାହା ପ୍ରରୋଚନାରେ ଦୀପାଳି ଓ ଆକାଶ ଚୁପ୍‌ ଥିଲେ,ତାହା ଆମେ ଦେଖିଛୁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର। ଆଜି ସକାଳେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ଦୀପାଳି ଦାସଙ୍କ ଭାଇ ହେଉଛନ୍ତି ଜଣେ ଅଭ୍ୟାସଗତ ଅପରାଧୀ। ସେ ସବୁବେଳେ ଅପରାଧକୁ ପ୍ରଶ୍ରୟ ଦିଅନ୍ତି। ବିଶେଷ କରି ଦେଢ଼ ବର୍ଷ ତଳେ ଭୁବନେଶ୍ୱର ପାୱାର ହାଉସ୍‌ ଛକରେ ଯାହାଙ୍କ ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ଜୀବନ ଯାଇଥିଲା, ସେ ହେଉଛନ୍ତି ବିଶାଳ ଦାସ। ସେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ। ଯେତେବେଳେ ଓଡ଼ିଶା ସରକାରଙ୍କ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଦିନ ଦି’ ପହରରେ ସେତେବେଳର ଗୃହମନ୍ତ୍ରୀଙ୍କର ଜଣେ ଅଧସ୍ତନ କର୍ମଚାରୀ ଗୁଳି କରି ହତ୍ୟା କରୁଛି; ଆଉ ସେହି ସମୟରେ ଦୀପାଳିଙ୍କ ମାଆ ଓ କାକା କହିଥିଲେ ନବ ଦାସଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି, ସେତେବେଳେ ଦୀପାଳି ଓ ତାଙ୍କ ଭାଇ ବିଶାଳ କାହା ପ୍ରରୋଚନାରେ ଏବଂ କେଉଁ ଲୋଭରେ ଚୁପ୍‌ ରହିଥିଲେ, ତାହା ଆମେ ଦେଖିଛୁ। ବାପାଙ୍କ ହତ୍ୟାକରୀଙ୍କୁ ଧରିବା ପାଇଁ ଯିଏ ଦିନେ ପଦୁଟିଏ କହିପାରୁନଥିଲେ, ସିଏ ଆଜି ବିଜେଡିର ଏକ ଲିଖିତ ସ୍କ୍ରିଟ୍‌ ପଢ଼ିଛନ୍ତି ବୋଲି ମନୋଜ ମହାପାତ୍ର କହିଛନ୍ତି।

 

Post Views5 Total Count

Apply Now


This will close in 0 seconds

error: Content is protected !!