୧୨ ଘଣ୍ଟାରେ 2000 ରୁ ବିବାହ କରି ରେକର୍ଡ । ରାଜସ୍ଥାନରେ ସାମୂହିକ ବିବାହ କାର୍ଯ୍ୟକ୍ରମରେ ୧୨ ଘଣ୍ଟା ଭିତରେ ୨୦୦୦ରୁ ଅଧିକ ବିବାହ କରି ଗିନିଜ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି। ରାଜସ୍ଥାନରେ ଏହି ସାମୂହିକ ବିବାହ କାର୍ଯ୍ୟକ୍ରମରେ ୧୨ ଘଣ୍ଟା ଭିତରେ ୨୦୦୦ରୁ ଅଧିକ ବିବାହ କରି ଗିନିଜ ୱାର୍ଡ଼ ରେକର୍ଡରେ ସ୍ଥାନ ପାଇଛି। ଏଥିରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଯୋଡ଼ିଙ୍କ ବିବାହ ହୋଇଥିଲା। ଏହା ପୂର୍ବରୁ ୨୪ ଘଣ୍ଟାରେ ସର୍ବାଧିକ ବିବାହର ରେକର୍ଡ ମଧ୍ଯ ରାଜସ୍ଥାନ ନାମରେ ଥିଲା ।ବିବାହରେ ପ୍ରଥମେ ବରକନ୍ୟା ପରସ୍ପରକୁ ମାଳ ପିନ୍ଧାଇ ମଣ୍ଡପକୁ ପ୍ରବେଶ କରିଥିଲେ। ନିଜ ସମ୍ପ୍ରଦାୟର ପଣ୍ଡିତ ତଥା ଅଧିକାରୀ ପ୍ରତ୍ୟେକଙ୍କ ବିବାହର କରାଇ ଥିଲେ। ରୀତିନୀତି ଶେଷ ହେବାପରେ ଦମ୍ପତିଙ୍କୁ ସରକାରୀ ଅଧିକାରୀ ବିବାହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ କ୍ୟାବିନେଟ ମନ୍ତ୍ରୀ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ନବ ଦମ୍ପତିଙ୍କୁ ବିଭିନ୍ନ ଉପହାର ମଧ୍ୟ ଦିଆଯାଇଥିଲା।

