FM କଲେଜରେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ , କଲେଜ ଅଧ୍ୟକ୍ଷ ନିଲମ୍ବିତ ଓ HOD ଗିରଫ

FMକଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ କଲେଜର ଅଧ୍ୟକ୍ଷ ନିଲମ୍ବିତ ହୋଇଥିବା ବେଳେ HOD ଗିରଫ ହୋଇଛନ୍ତି । ଏଫଏମ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଏବଂ ଏଜୁକେଶନ ବିଭାଗର HOD ସମୀର ସାହୁ । ଉଭୟଙ୍କୁ ନିଲମ୍ବିତ କରିଛି ଉଚ୍ଚଶିକ୍ଷା ବିଭାଗ । ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।

ପ୍ରକାଶ ଯେ, ଫକୀରମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ବିଇଡି ୨ୟ ବର୍ଷର ଜଣେ  ଛାତ୍ରୀ ସେଠାକାର ଅଧ୍ୟାପକ ସମୀର କୁମାର ସାହୁଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ସେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଭେଟି ଅଭିଯୋଗ କରିଥିଲେ। ଅଧ୍ୟାପକ ତାଙ୍କୁ ମାନସିକ ତଥା ଶାରୀରିକ ନିର୍ଯାତନା ଦେଉଥିବା କହିଥିଲେ। ଏମିତିକି ତାଙ୍କ କଥାରେ ରାଜି ନ ହେଲେ ବ୍ୟାକ୍ ଲଗାଇ ଦେବାକୁ ମଧ୍ୟ ଧମକ ଦେଇ ଅସଦାଚରଣ କରିଥିଲେ। ଏହି ଘଟଣାରେ ନ୍ୟାୟ ନ ମିଳିଲେ ବାଧ୍ୟ ହୋଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ। ଅପର ପକ୍ଷରେ ଏହି ଘଟଣାକୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଛାତ୍ର ସଙ୍ଗଠନ ବିରୋଧ କରିବା ସହ ଅଭିଯୋଗ ଆସିଥିବା ଅଧ୍ୟାପକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଛାତ୍ରୀ ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

Post Views33 Total Count

Apply Now


This will close in 0 seconds

error: Content is protected !!