ପାର୍ଥ ପ୍ରତୀମ ବନ୍ଧନ ବ୍ୟାଙ୍କର ନୂଆ ଏମ୍‌ଡି

ବନ୍ଧନ ବ୍ୟାଙ୍କର ନୂଆ ଏମ୍ଡି ତଥା ସିଇଓ ଭାବେ ପାର୍ଥ ପ୍ରତୀମ ସେନଗୁପ୍ତା ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଶେଷ କରି ବ୍ୟବସାୟ, ଋଣ ଓ ପ୍ରଯୁକ୍ତି ଉପରେ ବିଶେଷ ଦଖଲ ରଖିଥିବା ସେନଗୁପ୍ତା ସଫଳତାର ସହ ବୃହତ ବ୍ୟବସାୟ ପରିଚାଳନା କରିଛନ୍ତି। ଅପରପକ୍ଷରେ ସେନଗୁପ୍ତା ଦାୟିତ୍ୱ ଗ୍ରହଣ କରିବା ପରେ ୨୦୨୪ ଜୁଲାଇରୁ ଅନ୍ତରୀଣ ଏମ୍ଡି ଓ ସିଇଓ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ରତନ କୁମାର କେଶ ତାଙ୍କ ନିଜ ଭୂମିକା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଚିଫ୍ ଅପରେଟିଂ ଅଫିସର ପଦକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଏ ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଅଧ୍ୟକ୍ଷ ଡ.ଅନୁପ କୁମାର ସିହ୍ନା କହିଛନ୍ତି,ପାର୍ଥ ପ୍ରତୀମଙ୍କୁ ଆମେ ଆମର ବନ୍ଧନ ପରିବାରକୁ ସ୍ବାଗତ କରି ବେଶ୍ ଉତ୍ସାହିତ ଅଛୁ। ଏପରିକି ବ୍ୟାଙ୍କିଙ୍ଗ ଶିଳ୍ପରେ ତାଙ୍କର ପ୍ରମାଣିତ ରେକର୍ଡ ବନ୍ଧନ ବ୍ୟାଙ୍କର ପରବର୍ତ୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ସହ ବନ୍ଧନ୨.୦ କୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ଏପରିକି ତାଙ୍କ ଅଭିଜ୍ଞତା ସାରା ଦେଶରେ ବ୍ୟାଙ୍କର ବଜାର ସ୍ଥିତି ଓ ସମସ୍ତଙ୍କ ପାଇଁ ବ୍ୟାଙ୍କକୁ ସୁଦୃଢ଼ କରିବାରେ ମାର୍ଗଦର୍ଶନ କରିବ। ସେହିଭଳି ବନ୍ଧନ ବ୍ୟାଙ୍କର ଏମ୍ଡି ତଥା ସିଇଓ ପାର୍ଥ ପ୍ରତୀମ ସେନଗୁପ୍ତା କହିଛନ୍ତି, ବନ୍ଧନ ବ୍ୟାଙ୍କ ପରିବାରରେ ଯୋଗ ଦେଇଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି। ଆର୍ଥତ୍କ ସେବାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଓ ସ୍ଥାୟୀ କରିବା ଲାଗି ଗ୍ରାହକ କୈନ୍ଦ୍ରିକ ସମାଧାନରେ ଉନ୍ନତି ଆଣିବା, ବ୍ୟବସାୟ ଓ ନବସୃଜନକୁ ସୁଦୃଢ଼ କରିବା ଉପରେ ମୁଁ ବିଶେଷ ଧ୍ୟାନ ଦେବି। ବିଗତ ବର୍ଷଗୁଡ଼ିକରେ ବନ୍ଧନ ବ୍ୟାଙ୍କ ଟିମ୍ ବହୁତ ଭଲ କାର୍ଯ୍ୟ କରିଛି ଏବଂ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଓ ସମସ୍ତ ଅଂଶୀଦାରଙ୍କୁ ମୂଲ୍ୟ ପ୍ରଦାନ କରିବା ଦିଗରେ କାମ କରିବା ଲାଗି ମୁଁ ଚାହି ରହିଛି।

Post Views42 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!