ଏଭିଭି ସହ ଆର୍ଏନ୍ଟିବିସିଆଇର ବୁଝାମଣା

ରେନ୍ଲଟ୍ ନିଶାନ ଟେକ୍ନୋଲୋଜି ଆଣ୍ଡ ବିଜ୍ନେସ୍ ସେଣ୍ଟର ଇଣ୍ଡିଆ ଏବଂ ଅମ୍ରିତା ବିଶ୍ୱ ବିଦ୍ୟାପୀଠମ (ଏଭିଭି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ପ୍ଲେସ୍ମେଣ୍ଟ, ଇଣ୍ଟର୍ନଶିପ, ଇଲେକ୍ଟିଭ କୋର୍ସ, ଜଏଣ୍ଟ ରିସର୍ଚ୍ଚ ପ୍ରୋଗ୍ରାମ ଏବଂ ଦି ଏଣ୍ଟାବ୍ଲିସ୍ମେଣ୍ଟ ଅଫ୍ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଓ ଲ୍ୟାବ୍ସ ଆଦି କ୍ଷେତ୍ରରେ ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ। ଉଲ୍ଲେଖଯୋଗ୍ୟ, ବିଶ୍ୱବିଦ୍ୟାଳୟର କୋଏମ୍ବାଟୁର କ୍ୟାମ୍ପସଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଥିଲା। ଏ ସମ୍ପର୍କରେ ରେନ୍ଲଟ ନିଶାନ ଟେକ୍ର ଏମ୍ଡି ଦେବାଶିଷ ବିମଳ ପ୍ରକାଶ ନେଓଗୀ କହିଛନ୍ତି, ଆମେ ଏହି ବୁଝାମଣା ପତ୍ରକୁ ନେଇ ବେଶ୍ ଉତ୍ସାହିତ ଅଛୁ। ଏପରିକି ଇଣ୍ଡଷ୍ଟ୍ରି ଓ ଏକାଡେମିକ ସହଭାଗିତା ଆଗାମୀ ଦିନରେ ପରିବର୍ତ୍ତନ ଆଣିବ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!