ଋଣ ସମସ୍ୟା ଦେଇ ଗତି କରୁଥିବା ଅନିଲ ଅଗ୍ରୱାଲଙ୍କ କଂପାନି ବେଦାନ୍ତ ରାଜନୈତିକ ଦଳଗୁଡ଼ିକୁ ୨୦୦ କୋଟି ଟଙ୍କା ଦେବ। କଂପାନିର ବୋର୍ଡ ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି। ରାଜନୈତିକ ଦଳଗୁଡ଼ିକୁ କେତେ ଟଙ୍କା ଲେଖାଏଁ ଦିଆଯିବ ସେ ନିଷ୍ପତ୍ତି କଂପାନିର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଓ ଉପାଧ୍ୟକ୍ଷ ନବୀନ ଅଗ୍ରୱାଲ ଗ୍ରହଣ କରିବେ। ନିକଟରେ ଶେଷ ହୋଇଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ମିଜୋରାମ ଓ ତେଲେଙ୍ଗାନା ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନୀ ବଣ୍ଡ ବିକ୍ରି ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ବେଦାନ୍ତ ବୋର୍ଡରେ ଏହି ପ୍ରସ୍ତାବ ପାରିତ ହୋଇଥିଲା। ନିର୍ବାଚନୀ ବଣ୍ଡ ଜରିଆରେ ବେଦାନ୍ତ ରାଜନୈତିକ ଦଳଗୁଡ଼ିକୁ ୪୫୭ କୋଟି ଟଙ୍କା ଦେଇଛି। ଚଳିତ ଆର୍ଥିକ ବର୍ଷରେ ସେଥିରୁ ୧୫୫ କୋଟି ଟଙ୍କା ଜାରି କରିଛି। ରାଜନୈତିକ ଦଳଗୁଡ଼ିକୁ ଦିଆଯାଉଥିବା ନଗଦ ଟଙ୍କା ସହାୟତାକୁ ନିରୁତ୍ସାହିତ କରିବା ଲାଗି ୨୦୧୮ରେ ନିର୍ବାଚନୀ ବଣ୍ଡ୍ ଯୋଜନା ଆରମ୍ଭ ହୋଇଥିଲା। ସେହି ବଣ୍ଡ୍କୁ ଦେଶର ଯେକୌଣସି ନାଗରିକ କିମ୍ବା ସଂସ୍ଥା କିଣି ରାଜନୈତିକ ଦଳକୁ ସହାୟତା ରାଶି ଦେଇପାରିବେ। ବ୍ୟକ୍ତିଗତ ଭାବେ କିମ୍ବା ମିଳିତ ଭାବେ ଏହି ବଣ୍ଡ୍ କିଣାଯାଇପାରିବ।
Related Posts
ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ
ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଠାରେ ବିକଶିତ କୃଷି ସଂକଳ୍ପ…
ସ୍ମାର୍ଟ ମିଟରକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର ; ଉପଭୋକ୍ତା ମହାସଂଘ
ଗତକାଲି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ-ଓଇଆରସି ୨୦୨୫-୨୬ ବର୍ଷ ଲାଗି ବିଦ୍ୟୁତ୍ ଦର ନିର୍ଦ୍ଧାରଣ କରିଥିଲା। ଏନେଇ ଓଇଆରସି ସଚିବ…
ଭକ୍ତମାନଙ୍କୁ ମାଗଣାରେ ମିଳିବ ମହାପ୍ରଭୁଙ୍କ ମହାପ୍ରସାଦ
ମହାପ୍ରଭୁଙ୍କ ମହାପ୍ରସାଦ ଭକ୍ତମାନଙ୍କୁ ମାଗଣାରେ ମିଳିବ। ଏଥି ପାଇଁ ପ୍ରକ୍ରିୟା ଚାଲିଛି। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା…

