ରାସନ କାର୍ଡ ହିତାଧିକାରୀଙ୍କୁ ୩ ମାସର ଆଗୁଆ ଚାଉଳ ଦେବାକୁ ନିର୍ଦ୍ଦେଶ। ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଚାଉଳ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ହିତାଧିକାରୀଙ୍କୁ ୧୫ କିଲୋ ଲେଖାଏଁ ଚାଉଳ ଦିଆଯିବ । ସାଧାରଣ ବଣ୍ଟନ ବିଭାଗର କାର୍ଯ୍ୟ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ବାଦ୍ ପଡ଼ିଥିବା ୧.୩୧ ଲକ୍ଷ ଶ୍ରମିକଙ୍କୁ ତୁରନ୍ତ ସାମିଲ ପାଇଁ ନିର୍ଦ୍ଦେଶ ଦେବା ସହ E-KYC ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି । ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଅନ୍ୟପଟେ କେନ୍ଦ୍ର ପରେ ରାଜ୍ୟ ବି ବଢାଇବ ମାଗଣା ଚାଉଳ ଅବଧି । ୨୦୨୮ ପର୍ଯ୍ୟନ୍ତ ବଢିଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । ଗରିବଙ୍କୁ ମାଗଣାରେ ଭିଟାମିନ୍ ଯୁକ୍ତ ଚାଉଳ ଯୋଗାଇ ଦେବେ କେନ୍ଦ୍ର ସରକାର । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇସାରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାରେ ମଧ୍ୟ ସେହି ଅନୁପାତରେ ମାଗଣାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ ।

