ଓଡ଼ିଶା ପାଇଁ ଗୌରବ ଆଣିଲେ ପାରା ଆଥଲେଟ୍ ପ୍ରମୋଦ ଭଗତ । ପ୍ରଥମ ଥର ପାଇଁ ୩ ଟି ପଦକ ହାସଲ କରିଛନ୍ତି ଏସିଆନ ଗେମ୍ ଗେମ୍ସ ରେ ପ୍ରମୋଦ ।
ଏକକ ଫାଇନାଲରେ ନିଜ ଦେଶର ନୀତେଶ କୁମାରଙ୍କୁ ୨୨-୨୦, ୧୮-୨୧, ୨୧-୧୯ ରେ ପରାଜିତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରମୋଦ ଭଗତ ଆଗରୁ ମିଶ୍ରିତ ଯୁଗଳରେ କାଂସ୍ୟ ଓ ଯୁଗଳରେ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ । ୨୦୧୦ରେ ଏକକ ଓ ଯୁଗଳରେ ଭାଗ ନେଇଥିଲେ ମଧ୍ୟ କୌଣସି ସଫଳତା ତାଙ୍କୁ ମିଳିନଥିଲା ।
୨୦୧୪ରେ ଏକକ ଓ ଯୁଗଳରେ ଭାଗ ନେଇଥିଲେ କିନ୍ତୁ କେବଳ ଏକକରେ କାଂସ୍ୟ ପଦକ ହାସଲ କରିଥିଲେ । ୨୦୧୮ରେ ଏକକ ଓ ଯୁଗଳ ରେ ଭାଗ ନେଇଥିଲେ ଏକକରେ ସ୍ୱର୍ଣ୍ଣ ଓ ଯୁଗଳ ରେ କାଂସ୍ୟ ପଦକ ହାସଲ କରିଥିଲେ ।

