ବଦଳିବ ବିଟିଲ୍ସ ଆଶ୍ରମର ରୂପରେଖ

ବଦଳିବ ବିଟିଲ୍ସ ଆଶ୍ରମ ବା ୮୪ କୁଟିଆର ରୂପରେଖ । ମହର୍ଷି ମହେଶ ଯୋଗୀଙ୍କ ଦ୍ୱାରା ଟ୍ରାନ୍ସେଡେଣ୍ଟାଲ ମେଡିଟେଶନ ର ପ୍ରଚାର ପ୍ରସାରର ଆରମ୍ଭ ହୋଇଥିବା ୮୪ କୁଟିଆର ରୂପରେଖ ବଦଳିବ
ଏନେଇ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ଓ ବନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ତେବେ ଉତ୍ତରାଖଣ୍ଡ ପର୍ଯ୍ୟଟନ ଉନ୍ନୟନ ନିଗମ (ୟୁଟିଡିବି) ପକ୍ଷରୁ କନ୍‌ସଲାଟନ୍ସି ଫାର୍ମ ଏସିପି ଡିଜାଇନ୍, ପ୍ଲାନିଂ ଆଣ୍ଡ ମାନେଜ୍‌ମେଣ୍ଟ ପ୍ରାଇଭେଟ୍ ଲିମିଟେଡକୁ ଭିଜନ୍ ଡକ୍ୟୁମେଣ୍ଟ, ମାଷ୍ଟର ପ୍ଲାନ୍ ତଥା ଇଞ୍ଜିନିୟରିଂ ଡିଜାଇନ୍ ପ୍ରଦାନ ନେଇ ଆଲୋଚନା କରାଯାଇଛି। ଏହି କେନ୍ଦ୍ରର ପୁନରୁଦ୍ଧାର ଫଳରେ ଏକ ସ୍ବତନ୍ତ୍ର ପର୍ଯ୍ୟଟନସ୍ଥଳ ଭାବେ ଦେଶବିଦେଶରେ ପରିଚୟ ପାଇବ ବୋଲି ଆଶା କରାଯାଉଛି।

୧୯୬୩ରେ ବନ ବିଭାଗ ଅଧୀନରେ ଥିବା ଜମି ମହର୍ଷି ଲିଜ୍ ନେବା ପରେ ଏହାକୁ ଇଣ୍ଟରନ୍ୟାଶନାଲ ଏକାଡେମୀ ଅଫ୍ ମେଡିଟେଶନ ନାମରେ ନାମିତ କରିଥିଲେ। ତେବେ ଅନେକ ଏହାକୁ ଶଙ୍କରାଚାର୍ଯ୍ୟନଗର ଭାବେ ଜାଣନ୍ତି। ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି କେନ୍ଦ୍ର ଶ୍ରଦ୍ଧାଳୁଙ୍କୁ ନିଆରା ଅନୁଭୂତି ଦେଇଥାଏ। ୧୯୭୦ରୁ ୧୯୮୦ ମଧ୍ୟରେ ଏକ ଲୋକପ୍ରିୟ ଧ୍ୟାନକେନ୍ଦ୍ର ଭାବେ ପରିଚିତ ଏହି ସ୍ଥାନର ଲିଜ ଅବଧି ସମାପ୍ତ ପରେ ପରିତ୍ୟକ୍ତ ହୋଇପଡ଼ିବା ସହ ଏହା ଲୋକପ୍ରିୟତା ହରାଇବାକୁ ଲାଗିଥିଲା।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!