ଏକ ୧୬ ବର୍ଷୀୟ ବାସକେଟ ବଲର ନ୍ୟାସନାଲ ଲେବୁଲର ଖେଳାଳୀ ହାର୍ଦ୍ଦିକ ଗାଁ ପଡିଆରେ ଖେଳ ଅଭ୍ୟାସ କରୁଥିଲେ । ସେ ପୋଲରେ ଝୁଲିବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକାଶୁଳ ପରିସ୍ଥିତି ସୃଷ୍ଟି କରିଛି । ଯାହାର ସମ୍ପୂର୍ଣ୍ଣ ଭିଡିଓ ସିସିଡିଭି କ୍ୟାମେରାରେ କଏଦ ହୋଇ ରହିଛି ।
ସୂଚନାନୁଯାୟୀ, ପ୍ରଥମ ଥର ପାଇଁ ସେ ଝୁଲି ପଡ଼ିବା ପରେ କିଛି ଘଟିଲା ନାହିଁ । କିନ୍ତୁ ଦ୍ୱିତୀୟ ଥର ଯେତେବେଳେ ସେ ଖୁଣ୍ଟକୁ ଧରିଥିଲେ ସେତେବେଳେ ଲୁହା ଖୁଣ୍ଟଟି ତାଙ୍କ ଉପରେ ପଡ଼ିଗଲା । ଫଳରେ ତାଙ୍କୁ ଆଘାତ ଲାଗିଥିଲା । ପାଖରେ ଅଭ୍ୟାସ କରୁଥଇବା ଅନ୍ୟ ଖେଳାଳିମାନେ ହାର୍ଦ୍ଦିକଙ୍କୁ ବାହାର କରି ତୁରନ୍ତ ତାଙ୍କୁ ରୋହତକରେ ପିଜିଆଇ ନେଇଯାଇଥିଲେ । କିନ୍ତୁ ସେଠାରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଏଭଳି ଅକାଳ ମୃତ୍ୟୁ ତାଙ୍କ ପରିବାର ଏବଂ ଗାଁକୁ ମର୍ମାହତ କରିଛି । ଯାହାର ଭିଡିଓ ସ୍ପଷ୍ଟ ଭାବେ ସିସିଟିଭିରେ କଏଦ ହୋଇ ରହିଛି ।
ଏହା ପ୍ରଥମ ଘଟଣା ନୁହେଁ । ଦୁଇ ଦିନ ପୂର୍ବରୁ ବାହାଦୁରଗଡ଼ର ହୋଶିଆର ସିଂ ଷ୍ଟାଡିୟମରେ ସମାନ ଦୁର୍ଘଟଣା ଘଟିଥିଲା । ୧୫ ବର୍ଷୀୟ ଅମନ୍ ଶାମ ପ୍ରାୟ ସାଢେ ୩ଟା ସମୟରେ ଅଭ୍ୟାସ କରୁଥିଲେ । ସେହି ସମୟରେ ତାଙ୍କ ଉପରେ ବାସକେଟବଲର ପୋଲଟି ଖସିପଡିଥିଲା ।

