ଚୀନର ହାଙ୍ଗଝୋଉରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ମିଳିଲା ଆଉ ଏକ ରୌପ୍ୟ ପଦକ । ମହିଳା ଗୋଲ୍ଫରେ ରୌପ୍ୟ ଜିତିଛନ୍ତି ଅଦିତି ଅଶୋକ । ରୌପ୍ୟ ପାଇ ଅଦିତି ଅଶୋକ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ମହିଳା ଗୋଲ୍ଫର ଭାବେ ଏସିଆଡ୍ରେ ପଦକ ଜିତିଛନ୍ତି ଅଦିତି ଅଶୋକ। ଏଥିସହ ବର୍ତ୍ତମାନ ୧୦ ସ୍ୱର୍ଣ୍ଣ, ୧୫ ରୌପ୍ୟ ଓ ୧୪ ବ୍ରୋଞ୍ଜ ସହ ଭାରତକୁ ୩୯ ପଦକ ମିଳିଛି।

