ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର । ୧୯ କେଜିର କମର୍ସିଆଲ ସିଲିଣ୍ଡର ମୂଲ୍ୟ ୨୦୯ ଟଙ୍କା ବୃଦ୍ଧି ହୋଇଛି । ଆଜିଠୁ ଲାଗୁ ହେବ ଏହି ନୂଆ ଦର । ଏହି ମୂଲ୍ୟ ବୃଦ୍ଧି ସହ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ୧୭୩୧ ଟଙ୍କା ୫୦ ପଇସା ହୋଇଛି । ସେପ୍ଟେମ୍ବର ୧ ତାରିଖରେ ତୈଳ କମ୍ପାନୀ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରିଥିଲେ । ଏହା ପରେ ଦିଲ୍ଲୀରେ ୧୯ କେଜିର ଗ୍ୟାସ ମୂଲ୍ୟ ହ୍ରାସ ପାଇଁ ୧,୫୨୨ ଟଙ୍କାରେ ପହଞ୍ଚି ଥିଲା । ଏବେ ପୁଣି ୨୦୯ ଟଙ୍କା ବୃଦ୍ଧି କରାଯାଇଛି ।

