ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ୨୦୨୪ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ୧୭ ଜାନୁୟାରୀ ୨୦୨୫ରେ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ।

ସରକାରୀ ବିଜ୍ଞପ୍ତି ଅନୁଯାୟୀ ଓଏସଏସଟିଇଟିର ଉଭୟ ପେପର-୧ ଏବଂ ପେପର-୨ ପରୀକ୍ଷା ଗୋଟିଏ ଦିନରେ କରାଯିବ। ଓଏସଏସଟିଇଟି ପରୀକ୍ଷାର ପେପର-୧ ଜାନୁଆରୀ ୧୭ରେ ପୂର୍ବାହ୍ନ ୧୦ଟା ରୁ ମଧ୍ୟାହ୍ନ ସାଢ଼େ ୧୨ ଟା ପର୍ଯ୍ୟନ୍ତ ହେବ। ସେହିପରି ପେପର-୨ ଅପରାହ୍ନ ୨ଟାରୁ ରୁ ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଓଏସଏସଟିଇଟି-୨୦୨୪ ଆଡମିଟ୍ କାର୍ଡ ୮ ଜାନୁଆରୀ ୨୦୨୫ରେ ପ୍ରକାଶ ପାଇବ। ପ୍ରାର୍ଥୀମାନଙ୍କୁ ସେମାନଙ୍କର ଆଡମିଟ୍ କାର୍ଡକୁ ଅଫିସିଆଲ୍ ୱେବସାଇଟରୁ ଡାଉନଲୋଡ୍ କରିବାକୁ ଏବଂ ସଠିକତା ପାଇଁ ସମସ୍ତ ବିବରଣୀ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଓଏସଏସଟିଇଟି ପରୀକ୍ଷାରେ ବିଭିନ୍ନ ପ୍ରାର୍ଥୀ ବର୍ଗଙ୍କ ପାଇଁ ଦୁଇଟି ପେପର ରହିଛି। ବିଜ୍ଞାନ(ପିସିଏମ/ ସିବିଜେଡ୍), କଳା, ହିନ୍ଦୀ, ଏବଂ ଶାସ୍ତ୍ରୀୟ ଭାଷା (ଉର୍ଦ୍ଦୁ, ତେଲୁଗୁ, ଏବଂ ସଂସ୍କୃତ)କୁ ନେଇ ପେପର-୧ ଡିଜାଇନ୍ ହୋଇଥିବାବେଳେ ପେପର-୨ କେବଳ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କ ପାଇଁ ରହିଛି।ପ୍ରତ୍ୟେକ ପେପରରେ ୧୫୦ ଅବଜେକ୍ଟିଭ୍ ପ୍ରକାର ପ୍ରଶ୍ନ ରହିଛି। ଯାହାର ପୂର୍ଣ୍ଣ ସଂଖ୍ୟା ୧୫୦ ରହିଛି। ଭୁଲ୍ ଉତ୍ତର ପାଇଁ କୌଣସି ନେଗେଟିଭ୍ ମାର୍କିଂ ନାହିଁ। ସାଧାରଣ ପ୍ରାର୍ଥୀଙ୍କ ପାଇଁ ଯୋଗ୍ୟତା ମାର୍କ ୪୫% ରହିଥିବାବେଳେ ଏସସି, ଏସଟି, ପିଏଚ୍, ଏବଂ ଏସିବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ଏହା ୩୫% ଧାର୍ଯ୍ୟ କରାଯାଇଛି।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!