OTPକୁ ନେଇ ବଡ଼ ଖବର

ଅନଲାଇନ୍ ଠକେଇ ରୋକିବା ପାଇଁ ହେଉଛି ନୂଆ ବ୍ୟବସ୍ଥା ।  ଆରବିଆଇ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। ଏହି ନୂଆ ବ୍ୟବସ୍ଥାରେ ଆପଣଙ୍କୁ ପେମେଣ୍ଟ ଦେବାକୁ ଆଉ ଓଟିପି ଦରକାର ହେବନାହିଁ । ସାଧାରଣତଃ ଅନଲାଇନରେ କାରବାର ସମୟରେ ଓ୍ବାନ ଟାଇମ୍ ପାସଓ୍ବାର୍ଡ ବା ଓଟିପି ଆବଶ୍ୟକ ହୋଇଥାଏ । କାରବାର ସମୟରେ ପଞ୍ଜୀକୃତ ମୋବାଇଲ ନମ୍ବର କିମ୍ବା ଇ-ମେଲ୍ରେ ଓଟିପି ଆସିବା ପରେ କାରବାର ସମ୍ପୂର୍ଣ୍ଣ ହୋଇଥାଏ । ମୋବାଇଲ ନମ୍ବରରେ ଓଟିପି ଆସିବା ପରେ ଅନଲାଇନ କାରବାର ସୁରକ୍ଷିତ ରହିଛି ବୋଲି ଜାଣିଥାଉ।

ବେଳେ ବେଳେ ଏହି ଓଟିପି ଦ୍ୱାରା ମଧ୍ୟ ବଡ ବଡ ଠକେଇ ହୋଇଥିବା ମାମଲା ମଧ୍ୟ ସାମ୍ନାକୁ ଆସିଛି । ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ପ୍ରଚଳିତ ଓଟିପି ପ୍ରକ୍ରିୟାକୁ ବନ୍ଦ କରିବାକୁ ଯାଉଛି । ତେବେ ଆରବିଆଇ ଆହୁରି ଅଧିକ ସୁରକ୍ଷା ପଦ୍ଧତି ଆଣିବାକୁ ଯୋଜନା କରୁଛି । ଏହା ମାଧ୍ୟମରେ ଗ୍ରାହକଙ୍କ ଅନଲାଇନ୍ କାରବାର ସୁରକ୍ଷିତ ରହିପାରିବ।

UPI  କାରବାରର ଅହେତୁକ ସଫଳତା ଫଳରେ ନଗଦ କାରବାର ଅନେକ ମାତ୍ରାରେ ହ୍ରାସ ପାଇଛି। ସମସ୍ତେ ମୋବାଇଲ ମାଧ୍ୟମରେ କାରବାର କରୁଛନ୍ତି। ତେବେ ନଗଦ କାରବାର ପାଇଁ କିଛି ଲୋକ ବ୍ୟାଙ୍କ କିମ୍ବା ଏଟିଏମ ଯାଉଛନ୍ତି। କିନ୍ତୁ ଏବେ ଏଟିଏମର ବିକଳ୍ପ ଭାବେଳ ଭର୍ଚୁଆଲ ଏଟିଏମ୍ ଆସିବାକୁ ଯାଉଛି।

ଯାହା ଫଳରେ ଆପଣଙ୍କୁ ଆଉ ଏଟିଏମ୍ ଯିବାକୁ ପଡିବନି। କେବଳ ଓଟିପି ସାହାଯ୍ୟରେ ନିକଟସ୍ଥ ଯେକୌଣସି ଦୋକାନରୁ ଟଙ୍କା ଉଠାଇବାକୁ ସକ୍ଷମ ହେବେ। କେବଳ ସ୍ମାର୍ଟ ଫୋନ ଇଣ୍ଟରନେଟ ଏବଂ ମୋବାଇଲ ବ୍ୟାଙ୍କିଙ୍ଗ ଆପ ସଂଯୋଗ ଦରକାର। ଫିଣ୍ଟେକ୍ କମ୍ପାନୀ ପେମାର୍ଟ ଇଣ୍ଡିଆ ଏହି ଭର୍ଚୁଆଲATM ର ଆଇଡିଆ ଆଣିଛି। ମୋବାଇଲ ବ୍ୟାଙ୍କିଙ୍ଗ ଆପରୁ ଟଙ୍କା ଉଠାଇବାକୁ ଆପଣଙ୍କୁ ଏକ ରିକ୍ବେଷ୍ଟ ଦେବାକୁ ହେବ। ଏହାପରେ ଏକ ଓଟିପି ଆସିବ। ଏହାପରେ ନିକଟସ୍ତ ଦୋକାନ ଯେଉଁଠାରେ ପେମାର୍ଟ ସହିତ ପଞ୍ଜିକୃତ ଥିବା ସେହି ଦୋକାନରେ ଓଟିପି ଦେଖାଇବାକୁ ପଡିବ। ଓଟିପିୁ ଯାଞ୍ଚ କରିବା ପରେ ଦୋକାନି ଆପଣଙ୍କୁ ନଗଦ ଟଙ୍କା ଦେବେ। ଏଥିପାଇଁ ଗ୍ରାହାକଙ୍କୁ କୌଣସି ଦେୟ ଦେବାକୁ ପଡିବନି।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!