ପଜିଟିଭ ସହ ଖୋଲିଲା ସେୟାର ମାର୍କେଟ

ଗତକାଲି ସେୟାର ବଜାର ଧରାଶାୟୀ ହୋଇଥିବା ବେଳେ ଆଜି ଆସିଛି ସୁଧାର। ଭାରତ ପରି ଚୀନ୍-ଜାପାନ-ଅଷ୍ଟ୍ରେଲିଆ ସେୟାର ମାର୍କେଟ୍ ପଜିଟିଭ୍ ସହ ଖୋଲିଛି।କାଲି ଅପେକ୍ଷା ଆଜିର ସେୟାର ବଜାରରେ ଅଭିବୃଦ୍ଧି ହୋଇଛି। ସେନସେକ୍ସରେ ହଜାରରୁ ଅଧିକ ପଏଣ୍ଟ ବୃଦ୍ଧି ପାଇଛି। ଏଥିସହ ନିଫ୍ଟିରେ ମଧ୍ୟ ୩୦୦ ପଏଣ୍ଟ ବୃଦ୍ଧି ହୋଇଛି। ଗତକାଲି ଭାରତ ସମେତ ବିଶ୍ୱ ସେୟାର ବଜାରରେ ସୁନାମୀ ଘଟିଥିଲା। ଏସିଆର ଏକାଧିକ ସେୟାର ମାର୍କେଟର ଇଣ୍ଡେକ୍ସ ୧୦ ପ୍ରତିଶତ ଯାଏ ଖସିଥିଲା । ଭାରତୀୟ ମାର୍କେଟ ଖୋଲୁଖୋଲୁ ୩ ହଜାରରୁ ଅଧିକ ପଏଣ୍ଟ ହ୍ରାସ ପାଇଥିଲା।

ସେହିଭଳି ନିଫ୍ଟି-୫୦ ଇଣ୍ଡେକ୍ସ ୧୧ ଶହ ପଏଣ୍ଟ ହ୍ରାସ ପାଇଥିଲା । ବିଗତ ୧୦ ମାସ ଭିତରେ ସବୁଠୁ ଖରାପ ସ୍ଥିତିରେ ପହଞ୍ଚିଛି ଭାରତର ସେୟାର ବଜାର। ଲାର୍ଜକ୍ୟାପ୍ ଭଳି ମିଡ୍ ଓ ସ୍ମଲ୍ କ୍ୟାପ୍ ସେୟାରର ବି ହାଲତ୍ ଖରାପ ରହିଛି। ଆଜି ଭାରତୀୟ ବଜାର କିଭଳି ରହିବ ତାଉପରେ ସମସ୍ତଙ୍କ ନଜର ରହିଛି ।ଅନ୍ୟ ପକ୍ଷରେ ଆଜି ଆମେରିକା ମାର୍କେଟ ଖୋଲୁ ଖୋଲୁ ୩୪୯ ପଏଣ୍ଟ ହ୍ରାସ ପାଇଛି । ନାଇକି, ଆପଲ, ଇଣ୍ଟେଲ ଭଳି ବଡ଼ ବଡ଼ କଂପାନି ମାନଙ୍କର ସେୟାର ମୂଲ୍ୟ ପ୍ରାୟ ୬ ପ୍ରତିଶତ ପର୍ଯ୍ୟନ୍ତ ଖସିଥିବା ଦେଖିବାକୁ ମିଳିଛି ।

Post Views59 Total Count

Apply Now


This will close in 0 seconds

error: Content is protected !!