ଭାରତୀୟ ରିଜର୍ଭ ବ୍ଯାଙ୍କର ମୁଦ୍ରା ନୀତି

ଭାରତୀୟ ରିଜର୍ଭ ବ୍ଯାଙ୍କର ମୁଦ୍ରାନୀତିରେ ରେପୋରେଟ ଅପରିବର୍ତ୍ତିତ। ପୂର୍ବରୁ ରେପୋରେଟ ୬.୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ଯାଙ୍କ। ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଶେଷ ଥର ଲାଗି ଗତବର୍ଷ ଫେବ୍ରୁଆରୀରେ ରେପୋରେଟକୁ ୬ ଦଶମିକ ୨୫ରୁ ୬ ଦଶମିକ ୫କୁ ବୃଦ୍ଧି କରିଥିଲେ ରିଜର୍ଭବ୍ଯାଙ୍କ। ମନିଟାରୀ ପଲିସି କମିଟି ବୈଠକରେ ଏ ନେଇ ଘୋଷଣା କରାଯାଇଛି।

ଗତ ବର୍ଷ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭ ଦଶମିକ ୪୪ ଥିବାବେଳେ ଚଳିତ ବର୍ଷ ଏହି ହାର ହ୍ରାସ ପାଇଛି। ତେବେ ଡିସେମ୍ବର ଏହି ହାର ରହିଥିଲା ୫ ଦଶମିକ ୬୯ ପ୍ରତିଶତ। ଯଦିଓ ରିଜର୍ଭ ବ୍ଯାଙ୍କର କମ୍ଫୋର୍ଟ ଜୋନ ୪ରୁ ୬ ପ୍ରତିଶତ ବୋଲି ଧାର୍ଯ୍ୟ କରାଯାଇଛି ତଥାପି ଗତବର୍ଷ ଠାରୁ ଏହି ହାର ଅଧିକ ରହିଛି।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାର ବସିଥିବା ମନିଟାରି ପଲିସି କମିଟି ବୈଠକରେ ଏହି ଘୋଷଣା କରାଯାଇଛି । ରେପୋ ହାରରେ କୌଣସି ପରିବର୍ତ୍ତନ ନହେବା କାରଣରୁ ଘର ଏବଂ କାର ଲୋନ୍ ସମେତ ସମସ୍ତ ପ୍ରକାରର ଲୋନର EMI ହ୍ରାସ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ନିରାଶ ହେବାକୁ ପଡିଛି।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!