ସେୟାର ବଜାରରେ ରେକର୍ଡ !

ଏକଜିଟ୍‌ ପୋଲର ପ୍ରଭାବ । ସେୟାର ବଜାରରେ ପଡିଛି ପ୍ରଭାବ। ସପ୍ତାହର ପ୍ରଥମ କାରବାରି ଦିନରେ ଭାରତୀୟ ସେୟାର ବଜାର ଆଜି ନୂଆ କିର୍ତ୍ତିମାନ ସ୍ଥାପନ କରିଛି । ବଜାର ଆରମ୍ଭରୁ ସେନସେକ୍ସ ଓ ନିଫ୍ଟି ରେକର୍ଡ ସ୍ତରକୁ ଛୁଇଁଛନ୍ତି । ସେନସେକ୍ସ ୭୬ ହଜାର ପଏଣ୍ଟ ପାର୍‌ କରିଥିବା ବେଳେ ନିଫ୍ଟି ଉପରେ ମଧ୍ୟ ଆଜି ବୁଲ ମାର୍କେଟର ପ୍ରଭାବ ଦେଖିବାକୁ ମିଳିଥିଲା । ନିଫ୍ଟି ଆଜି ୨୩ ହଜାର ପଏଣ୍ଟ ଅତିକ୍ରମ କରିଛି ।

ନିର୍ବାଚନ ଫଳାଫଳର ଗୋଟିଏ ଦିନ ପୂର୍ବରୁ ହିଁ ଏପରି ରେକର୍ଡ ଛୁଇଁଲା ସେୟାର ବଜାର । ସେନସେକ୍ସ ରେ ୨ହଜାର ପଏଣ୍ଟ ବୃଦ୍ଧି ସହ କାରବାର ଆରମ୍ଭ ହୋଇଛି । ୭୬ ହାର ପଏଣ୍ଟ ପାର କରିଛି ସେନସେକ୍ସ, ସେହିପରି ୬୦୦ପଏଣ୍ଟ ବୃଦ୍ଧି ସହ ୨୩ ହଜାର ପଏଣ୍ଟ ପାର କରିଛି ନିଫ୍ଟି । ମାର୍କେଟ ଧାରାକୁ ଦେଖିଲେ ଅଧିକ ଅଭିବୃଦ୍ଧି ନେଇ ଆକଳନ କରାଯାଉଛି । ରିପୋର୍ଟ ଲେଖିବା ସମୟରେ ସେନେସକ୍ସ ଏବଂ ନିପ୍ଟ ଏହି ପଏଣ୍ଟରେ କାରବାର କରୁଥିଲା । ଏହାର ପ୍ରଭାବ ସୁନା ଏବଂ ରୂପା ଦରରେ ମଧ୍ୟ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।

ବଜାର ମୋଦି ସରକାରର ପ୍ରତ୍ୟାବର୍ତ୍ତନକୁ ନେଇ ଆଶାବାଦୀ ଥିବାରୁ ଏଭଳି ବ୍ୟବହାର କରୁଛି ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ମାର୍କେଟ ବିଶେଷଜ୍ଞଙ୍କ ଅନୁସାରେ ମୋଦି ସରକାର ଯଦି ଜୁନ ୪ ତାରିଖରେ ୩୫୦ରୁ ଅଧିକ ଆସନ ପାଏ ତେବେ ସେୟାର ବଜାରରେ ୧୦ ପ୍ରତିଶତ ବୃଦ୍ଧି ଘଟିବ ବୋଲି କହୁଛନ୍ତି । ସେହିଭଳି ଯଦି ମୋଦି ସରକାର ସଂଖ୍ୟାଗରିଷ୍ଠତା ପାଏ ନାହିଁ ତେବେ ବଜାର ୧୦ ପ୍ରତିଶତ ମଙ୍ଗଳବାର ଦିନ ହ୍ରାସ ପାଇପାରେ ବୋଲି ଆଶଙ୍କା ରହିଛି ।

 

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!