ରେପୋ ରେଟ୍‍ ଅପରିବର୍ତ୍ତିତ

ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋ ରେଟ୍‍ ଅପରିବର୍ତ୍ତିତ ରହିଛି । ଏନେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ ମୁଦ୍ରା ନୀତି କମିଟିର ତିନି ଦିନିଆ ବୈଠକ ପରେ ସୁଧ ହାର ଉପରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥର ରେପୋ ରେଟ୍‍ କୁ ସ୍ଥିର ରଖାଯାଇଛି । ବର୍ତ୍ତମାନ ପାଇଁ ଆରବିଆଇ ରେପୋ ରଟ୍‍ ୫.୫୦ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ଗତ ଏମପିସି ବୈଠକରେ ରେପୋ ହାର ୫୦ବେସିସ୍‍ ପଏଣ୍ଟ ହ୍ରାସ କରାଯାଇଥିଲା । ଆରବିଆଇ ଫେବୃଆରୀ ଏବଂ ଏପ୍ରିଲରେ ମଧ୍ୟ ରେପୋ ହାର ୨୫-୨୫ ବେସିସ୍‍ ପଏଣ୍ଟ ହ୍ରାସ କରିଥିଲା ।

ରେପୋ ହାର ହେଉଛି ସେହି ହାର ଯେଉଁଥିରେ ଆରବିଆଇ ବ୍ୟାଙ୍କଗୁଡିକୁ ଟଙ୍କା ଋଣ ପ୍ରଦାପ କରିଥାଏ । ଯେତେବେଳେ ରେପୋ ହାର କମ୍‍ ଥାଏ, ବ୍ୟାଙ୍କ ଗୁଡିକ ପାଇଁ ଟଙ୍କା ଋଣ ନେବା ଶସ୍ତା ହୋଇଯାଏ । ଏହାସହିତ ସେମାନେ ଗ୍ରାହକମାନଙ୍କୁ କମ୍‍ ସୁଧ ହାରରେ ଟଙ୍କା ଋଣ ଦେଇପାରିବେ । ରେପୋ ହାର ହ୍ରାସ ହେବା ଦ୍ୱାରା ଗୃହ ଏବଂ କାର ଋଣ ଭଳି ଋଣ ଶସ୍ତା ହୋଇଥାଏ ।

ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ନୀତି ରେପୋ ହାରକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି । ସେ କହିଛନ୍ତି ଯେ ମୁଦ୍ରାସ୍ପୀତି ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି । ମୂଳ ମୁଦ୍ରାସ୍ପୀତି ୪ପ୍ରତିଶତରେ ସ୍ଥିର ରହିଥିବା ବେଳେ ଅନେକ ବିକଶିତ ଦେଶରେ ମୁଦ୍ରାସ୍ପୀତି ବୃଦ୍ଧି ପାଉଛି ।

Post Views6 Total Count

Apply Now


This will close in 0 seconds

error: Content is protected !!